5 ବର୍ଷର ବାଳିକା ଗାଉଛନ୍ତି ସମସ୍ତ Mantra,ମୁଖସ୍ତ କରି ଗାଉଛନ୍ତି ଏପରି ଯେ ଜାଣିଲେ ଆପଣ ମଧ୍ୟ କହିବେ ସାବାସ

Uncategorized

ଭଗବାନ ଏହି ଦୁନିଆରେ ସମସ୍ତଙ୍କୁ କିଛି ନ କିଛି ଦକ୍ଷତା ପ୍ରଦାନ କରିଥାନ୍ତି।ତେବେ ସେହି ଭଳି କିଛି ଲୋକମାନଙ୍କୁ ଭଗବାନ କିଛି ବିଶେଷ ଧରଣର ପ୍ରତିଭା ପ୍ରଦାନ କରିଥାନ୍ତି।ସେହିଭଳି ଏକ ବିସ୍ମୟ ବାଳିକା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛେ।ତେବେ ବାଲିଅନ୍ତା ରାମଚନ୍ଦ୍ରପୁରର ପୁଷ୍ପଲତା ଦାସ ଓ ପ୍ରଭନ ଦାସଙ୍କ ପାଞ୍ଚବର୍ଷ ବୟସର ଝିଅ ହେଉଛି ତମନ୍ନା।ଏହି ଝିଅଟିକୁ ବିସ୍ମୟ ବାଳିକା କହିଲେ ଭୁଲ ହେବ ନାହିଁ।କାରଣ ଏହି ଝିଅଟି ନିଜର ଦକ୍ଷତା ବଳରେ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇ ପାରିଛି।

ତେବେ ସୂଚନା ଅନୁସାରେ ପାଞ୍ଚ ବର୍ଷର ଝିଅ ହେଉଛି ତମନ୍ନା।ଏହି ଝିଅ ଏକ ଏପରି ଝିଅ ଯାହା ଯେ କୌଣସି ପାଠ ପଢ଼ିଥାଏ ତାହାକୁ ଖୁବ କମ ସମୟ ମଧ୍ୟରେ ମନେ ରଖି ଦେଇଥାଏ।ଏହା ସହିତ ଏପରି ମଧ୍ୟ ହୋଇଥାଏ କି ସେହି ଝିଅ ଆମ ହିନ୍ଦୁ ଶାସ୍ତ୍ରର ଯେ କୌଣସି ମନ୍ତ୍ରକୁ ଅଳ୍ପ ସମୟ ମଧ୍ୟରେ ମନେ ରଖି ଦେଇଥାଏ।ଏହା ସହିତ ସେହି ଝିଅ ଭଗବାନ ଶିବଙ୍କ ତାଣ୍ଡବ ମନ୍ତ୍ରକୁ ମଧ୍ୟ ପ୍ରାଞ୍ଜଳ ଭାବରେ ଗାଇ ପାରୁଛି।ତେବେ ଏହି ଝିଅର ଏପରି ଦକ୍ଷତା ଦେଖି ବର୍ତ୍ତମାନ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଏହା ସହିତ ତାଙ୍କର ପରିବାର ଓ ତାଙ୍କର ପଡ଼ୋଶୀ ମଧ୍ୟ ଏହି ସମ୍ପର୍କରେ ଆଶ୍ଚର୍ଯ୍ୟ ହେବା ସହିତ ସେହି ଝିଅର ଏପରି ଦକ୍ଷତା ଫଳରେ ଅନେକ ଖୁସି ମଧ୍ୟ ଅଛନ୍ତି।ତେବେ ସୂଚନା ଅନୁସାରେ ଏହି ଝିଅର ଏପରି ଦକ୍ଷତା ୪ ବର୍ଷରୁ ଜଣା ପଡି ଯାଇଥିଲା।ଯେଉଁ ସମୟରେ ସେ ଅନେକ ସାଧାରଣଜ୍ଞାନର ସମସ୍ତ ଉତ୍ତର ଅଳ୍ପ ସମୟ ମଧ୍ୟରେ ମନେ ରଖି ଦେଇଥିଲେ।ତେବେ ତାଙ୍କର ଝିଅ ଏହିଭଳି ପ୍ରତିଭାର ଅଧିକାରୀ ହୋଇଥିବାରୁ ତାଙ୍କର ପିତାମାତା ଅଧିକ ଖୁସି ଅଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ କହିଥିଲେ।

ଏହା ସହିତ ଆଗାମୀ ସମୟରେ ସେ ଏକ ଭଲ ମଣିଷ ହୋଇ ସମଗ୍ର ବିଶ୍ୱରେ ନିଜର ପରିବାର ଓ ନିଜର ନାମକୁ ଅଧିକ ପରିଚିତ କରାନ୍ତୁ ବୋଲି ତାଙ୍କର ପିତାମାତା ଆଶା ରଖିଛନ୍ତି।ତେବେ ଜଣେ ଏତେ କମ ବୟସର ଝିଅ ଏପରି ଭାବରେ ସମସ୍ତଙ୍କ ପାଖରେ ନିଜର ବିଶେଷ ପରିଚୟ ସୃଷ୍ଟି କରି ପାରିଥିବା କାରଣରୁ ତାଙ୍କର ପରିବାର ଲୋକମାନେ ମଧ୍ୟ ବର୍ତ୍ତମାନ ଅନେକ ଖୁସି ଅଛନ୍ତି।ଏହା ସହିତ ଏହି କୁନି ଝିଅ ଜଣଙ୍କ ବର୍ତ୍ତମାନ ଅନେକ ସଂସ୍କୃତ ପ୍ରଶ୍ନର ଉତ୍ତର ପ୍ରାଞ୍ଜଳ ଭାବରେ ମଧ୍ୟ ଦେଇ ଦେଉଛନ୍ତି।

ଏହା ସହିତ ତାଙ୍କର ଏହିଭଳି ଦକ୍ଷତା ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ବର୍ତ୍ତମାନ ଅନେକ ଲୋକ ପ୍ରଶଂସା କରୁଛନ୍ତି।ଏହା ସହିତ ଆଗାମୀ ସମୟରେ ସେ ନିଜର ପରିବାର ଲୋକଙ୍କ ନାମ ଅଧିକ ପ୍ରସାର କରିବେ ବୋଲି ବର୍ତ୍ତମାନ ସମସ୍ତେ ବିଶ୍ୱାସ ରଖିଛନ୍ତି।ତେବେ ଏତେ କମ ବୟସରୁ ଏହି ଭଳି ଦକ୍ଷତାର ଅଧିକାରୀ ହୋଇ ପାରିଥିବା କାରଣରୁ ତାଙ୍କର ବର୍ତ୍ତମାନ ଅନେକ ପ୍ରଶଂସକ ମଧ୍ୟ ହୋଇ ଯାଇଛନ୍ତି।ଏହା ସହିତ ସେ ବର୍ତ୍ତମାନ ନିଜର ପାଠ ପଢା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ତାଙ୍କର ପିତାମାତା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *