Chandrakant ଙ୍କ ଅଧା ରହିଗଲା ନୁଆ ଘର ସ୍ବପ୍ନ,ଶୁଣିବା ପରେ ଆପଣଙ୍କ ଆଖିରେ ଆସିଯିବ ଲୁହ ର ଧାର…ଦେଖନ୍ତୁ Video

Uncategorized

ଦାଣ୍ଡ ଦୁଆରେ ଚିର ନିଦ୍ରାରେ ସୋଇଛନ୍ତି ଗାଁର ସାହସୀ ପିଲା।ସମସ୍ତଙ୍କ କାନ୍ଦରେ ଫାଟି ପଡୁଛି ଗାଁ ଦାଣ୍ଡ।ସ୍ଵାମୀଙ୍କ ଶରୀର ପାଖରେ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମଦର ସ୍ତ୍ରୀ।ଆଉ ବିର ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କିଣି ଝିଅ।ଏହି ଦୃଶ୍ୟ ଏତେ ହୃଦୟ ବିଦାରକ ଯେ ଏହାକୁ ଭାଷାରେ ବର୍ଣ୍ଣନା କରିବା କଷ୍ଟାଦୟକ।କାରଣ ୮ ମାସର ଗର୍ଭବତୀ ଥିବା ବେଳେ ସ୍ବାମୀ ଛାଡ଼ି ଚାଲିଯିବା ତାହା କେତେ କଷ୍ଟକର ଆପଣ ବୁଝି ପାରୁଥିବେ।

ଆଉ ବଡ ପୁଅକୁ ହରାଇ ବାପା କେତେ ମର୍ମାହତ ଆପଣ ଜାଣି ଥିବେ।ତାଙ୍କ ବାପା କହିଛନ୍ତି କି ତାଙ୍କ ପୁଅ ଆସିଥିଲେ ଛୁଟିରେ ତାଙ୍କ ଝିଅର ବାହାଘର କରିବା ପାଇଁ।ସେ ବାହାଘର କାମ ସାରି ଡିଉଟିକୁ ଚାଲିଗଲା।ଗଲା ବେଳେ ରାସ୍ତାରେ କିଏ ପହଞ୍ଚିବା ପୂର୍ବରୁ କିଏ ମାରୀ ଦେଇଛନ୍ତି।ତା ମୁଣ୍ଡକୁ କିଏ ଗୁଳି ମାରୀ ଦେଇଛି।

ଏହାର ତଦନ୍ତ କରି ଦେଖାଯାଉ।ତାଙ୍କ ବାପାଙ୍କ କେବଳ ଗୋଟିଏ ଇଚ୍ଛା ପୁଅକୁ ଯିଏ ମାରିଛି ତାଙ୍କୁ ଦଣ୍ଡ ମିଳୁ।କେବଳ ବାପା ନୁହେଁ।ମା ମଧ୍ୟ ରାହା ଛାଡ଼ି କାନ୍ଦୁଛି। ଭାଇକୁ ହରାଇ ଭଉଣୀ ମର୍ମାହତ।ତାର ବାହାଘରକୁ ଆସିଥିଲେ ସେ କିଛି କହିବା ପରିସ୍ଥିତିରେ ନାହିଁ।କେବଳ ଗୋଟିଏ କଥା ବାରମ୍ବାର କହୁଛି।ମୋ ଭାଇକୁ କିଏ ମାରୀ ଦେଇଛି।

ସେ ବାହାଘରକୁ ଆସିଥିଲା। ମତେ ବାହା କରେଇ ଶାଶୂ ଘରକୁ ପଠେଇ ଦେଲା।ରାସ୍ତାରେ ତାକୁ କିଏ ମାରୀ ଦେଇଛି।ସେ ବହୁତ ଷ୍ଟ୍ରଙ୍ଗ ପିଲା।କେବେ ବି ସେ ଆତ୍ମହତ୍ୟା କରିବ ନାହିଁ।ଏହି ଦୃଶ୍ୟ ହେଉଛି ମୟୁରଭଞ୍ଜ ଜିଲ୍ଲାରେ।ଭଉଣୀ ବାହାଘର ପରେ ସେନା ବାହିନୀରେ ପୁଣି ଯୋଗ ଦେବାକୁ ପହଞ୍ଚିଥିଲେ।ସେହି ମୃତ୍ୟୁ ଯେମିତି ତାଙ୍କୁ ଅନେଇ ଚାହିଁଥିଲା।ଭଉଣୀ ବାହାଘର ସାରି କର୍ମ କ୍ଷେତ୍ରକୁ ଫେରୁଥିବା ଭାଇର ଆସିଲା ମୃତ୍ୟର ଖବର।

ମୋ ଭାଇଙ୍କର କେତେ ଇଚ୍ଛା ଥିଲା।ଗଲା ବେଳେ ମତେ କେତେ କଥା କହିକି ଗଲେ।ମୁଁ କଥା ହେଉଥିଲି ତାଙ୍କ ସହ।ତାହା ଲାଷ୍ଟ କଥା ଥିଲା ମୋ ସହ।ମୁଁ ତାକୁ କେତେ କଲ କଲି ହେଲେ ସେ ଆଉ ରିଶିଭ କଲା ନାହିଁ।ସେ ଭାରତୀୟ ସେନା ବାହିନୀର ଜଣେ ସୁବେଦାର।କିଛି ଦିନ ତଳେ ନିଜ ସାନ ଭଉଣୀ ବାହାଘରକୁ ଆସିଥିଲେ।

ଗଲା ବେଳେ ମାଆଙ୍କୁ କହି ଯାଇଥିଲେ ଆର ଥର ଆସିଲେ ନୂଆ ଘର ଟିଏ କରିବା।ହେଲେ ଫେରିଲେ ନିଶ୍ଚୟ।କିନ୍ତୁ ଶବ ହୋଇ।କିଏ କାହାକୁ ଶାନ୍ତନା ଦେବ କିଛି ଜଣା ପଡୁନି।ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତ ଯବାନଙ୍କ ମୃତ୍ୟୁର ସଠିକ ତଦନ୍ତ କରାଯାଉ ଆଉ ତାଙ୍କୁ ନ୍ୟାୟ ମିଳୁ ବୋଲି ଗାଁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *