ବିଉଟି ଉଇଥ ବ୍ରେନ। ଅଭିନେତ୍ରୀଙ୍କ ପାଖରେ ଡାକ୍ତରୀ ଡିଗ୍ରୀ। ଫେୟାରନେସ କ୍ରିମ ବିଜ୍ଞାପନ ପାଇଁ ହୁଅନ୍ତିନୀ ରାଜି।୨ କୋଟିର ବିଜ୍ଞାପନ ପାଇଁ କରିଛନ୍ତି ମନା। ତେଲୁଗୁ ଅଭିନେତ୍ରୀ ସାଇ ପଲବି।ସେ ବହୁତ ସୁନ୍ଦର।ଯେତିକି ସୁନ୍ଦର ଚେହେରା ସେତିକି ସୁନ୍ଦର ତାଙ୍କ ଅଭିନୟ।କମ ବୟସରୁ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ନିଜ ଛାପ ଛାଡ଼ି ପାରିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ।ଗୋଟିଏ ଗୋଟିଏ ପୋଷ୍ଟକୁ ମିଳେ ଢେର ଲାଇକ।
୨୦୧୫ରେ ମାଲାୟଲମ ଫିଲ୍ମ ପ୍ରେମମ ମାଧ୍ୟମରେ ସେ ଅଭିନୟ କରିଥିଲେ। ସାଇ ପଲବୀଙ୍କୁ ବିଉଟି ୱିଥ ବ୍ରେନ କୁହାଯାଏ।କାରଣ ତାଙ୍କ ପାଖରେ ଅଛି ଡାକ୍ତରୀ ଡିଗ୍ରୀ।ସେ କେବେ ଅଭିନେତ୍ରୀ ହେବା ପାଇଁ ଚାହୁଁ ନଥିଲେ।ସେ ଅଭିନେତ୍ରୀ ନ ହୋଇ ଜଣେ ଡାକ୍ତର ହେବା ପାଇଁ ଚାହୁଁଥିଲେ ସେ।ପାଖରେ ଅଛି ଡାକ୍ତରୀ ଡିଗ୍ରୀ।
ଜଣେ ହୃଦ ରୋଗ ବିଶେଷଜ୍ଞ ଭାବେ ୨୦୧୪ ମସିହାରେ ସେ ଡାକ୍ତରୀ ପଢୁଥିବା ବେଳେ ତାଙ୍କୁ ପ୍ରେମମ ଫିଲ୍ମର ଆଫର ଆସିଥିଲା।ପ୍ରଥମେ ସେ ଏହି ଫିଲ୍ମ କରିବା ପାଇଁ କୁଣ୍ଠା ବୋଧ କରୁଥିଲେ।ଅନେକ ବୁଝା ଶୂଝା ପରେ ସେ ଅଭିନୟ ପାଇଁ ରାଜି ହୋଇଥିଲେ।କେବଳ ଏହି ଗୋଟିଏ ଫିଲ୍ମ କରିବାର ନିଷ୍ପତି
ନେଇଥିବା ସାଇଙ୍କୁ ପ୍ରଥମ ଫିଲ୍ମରୁ ଏତେ ସଫଳତା ମିଳିଥିଲା ଯେ ତାଙ୍କ ଏହା ପରେ ଗୋଟେ ପରେ ଗୋଟେ ଫିଲ୍ମର ଅଫର ମିଳି ଚାଲିଲା।ଦର୍ଶକଙ୍କ ଭଲ ପାଇବା ଦେଖି ସାଇ ମଧ୍ୟ ଫିଲ୍ମ କରିବାରେ ଲାଗି ପଡିଲେ।ଏକ ସୁନ୍ଦର ଓ ଭିନ୍ନ ଚିନ୍ତାଧାରା ନେଇ ବଞ୍ଚନ୍ତି ସାଇ ପଲବୀ। ଫେୟାରନେସ କ୍ରିମର ବିଜ୍ଞାପନ ନ କରି
ସେ ଏହାର ଉଦାହରଣ ଦେଇଛନ୍ତି।ତାଙ୍କୁ ୨ କୋଟି ଟଙ୍କାର ଏକ ଫେୟାରନେସ କ୍ରିମର ଏକ ଅଫର ଆସିଥିଲା।କିନ୍ତୁ ସେ ସମସ୍ତଙ୍କ ବର୍ଣ୍ଣ ସୁନ୍ଦର ଆଉ କୌଣସି ପରିବର୍ତ୍ତନ ଆବଶ୍ୟକ ନାହିଁ କହି ଏହି ବିଜ୍ଞାପନ ପାଇଁ ମନା କରି ଦେଇଥିଲେ। ଫିଲ୍ମରେ ସେ କମ ମେକ ଅପ ନିଅନ୍ତି।ଅନେକ ଆୱାର୍ଡ଼ ଶୋରେ ସେ କମ ମେକ ଅପ ନେଇ ଆସନ୍ତି।