ଓଡ଼ିଶାରେ ତମ୍ପ ସାପ ପ୍ରବଳରୁ ଅତିପ୍ରବଳ ମାତ୍ରାରେ ଦେଖାଯାଏ। ଏହି ସାପ ବହୁତ ଚଞ୍ଚଳ ଓ ଖତରନାକ ହୋଇଥାଏ। ଏହି ସାପକୁ ବହୁତ ଜଲଦି କ୍ରୋଧ ଆସିବା ସହିତ ଏହା ମଣିଷକୁ କାମୁଡ଼ିବା ପାଇଁ ପ୍ରୟାସ ମଧ୍ୟ କରିଥାଏ। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ତମ୍ପ ସାପକୁ ଉଦ୍ଧାର କରିବାର ଭିଡ଼ିଓ ଆମେ ଦେଖିଛେ କିନ୍ତୁ ଏମିତି ଉଦ୍ଧାର ବୋଧହୁଏ ଆମେ କେବେ ପୂର୍ବରୁ ଦେଖିନଥିବେ।
ଆଜି ଆମେ ଆପଣଙ୍କୁ ଜଣାଇବୁ କେଉଁଭଳି ଭାବରେ ଏକ ତମ୍ପ ସାପ ସ୍କୁଟି ଭିତରେ ପଶିଗଲା ଓ କେମିତି ଉଦ୍ଧାର କରାଗଲା।ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଏହି ଦୃଶ୍ୟ ଦୁଇ ସପ୍ତାହ ପୂର୍ବେ ଦେଖିବାକୁ ମିଳିଥିଲା। ଯେତେବେଳେ ଏହି ଗ୍ରାମରେ ଏକ ଘରେ ହୋଣ୍ଡା ଆକ୍ଟିଭା ସ୍କୁଟି ଥିଲା ଓ ପରିବାରର ଜଣେ
ବ୍ୟକ୍ତି ଗାଡ଼ି ପାଖରେ ଦେଖିଲେ ଯେ, ଏହା ଭିତରକୁ ଏକ ସାପ ପଶିଯାଇଛି ସେ ସାପକୁ ବାହାର କରିବାପାଇଁ ଚେଷ୍ଟାକଲେ କିନ୍ତୁ କିଛିବି କରି ପାରିନଥିଲେ। ସାପଟି ସ୍କୁଟି ଭିତରୁ ବିଲକୁଲ ବାହାରିଲା ନାହିଁ।ସେମାନେ ବାଧ୍ୟହୋଇ ଜିଲ୍ଲା ଫରେଷ୍ଟ ଅଫିସକୁ ଖବର ଦେଇଥିଲେ ଓ ଜଣେ ଅଭିଜ୍ଞ ସାପ ଧରାଳି ଆସି
ସାପକୁ ଉଦ୍ଧାର କରିବାପାଇଁ ନିଜ କାମରେ ଲାଗିଗଲେ। ସେ ସାପର ଲାଞ୍ଜକୁ ଧରିଲେ କିନ୍ତୁ ସାପଟି ବାହାରିଲା ନାହିଁ, ସାପଟି ଗାଡ଼ି ହ୍ୟାଣ୍ଡଲ ଭିତରକୁ ପଶିଗଲା। ଏହି ସମୟରେ ସାପ ଧରାଳି ଜଣକ ସ୍କୁଟିର ସିଟ ଖୋଳୁଥିଲା ବେଳେ ସାପଟି ହ୍ୟାଣ୍ଡଲ ଭିତରୁ ଅଚାନକ ବାହାରି ଯାଇ ତାଙ୍କ ମୁଣ୍ଡକୁ ମାରିବାକୁ
ଚେଷ୍ଟା କଲା ଓ ସୌଭାଗ୍ୟବଶତଃ ସାପ ଧରାଳି ପଛକୁ ଘୁଞ୍ଚି ଆସିଲେ ଓ ସେ ଚକିତ ହୋଇଗଲେ।ଏହାପରେ ସାପ ଧରାଳି ଆହୁରି ଯତ୍ନଶୀଳ ହୋଇଯାଇ ସାପକୁ ଧରିବାକୁ ପ୍ରୟାସ କଲେ ଓ ପରିଶେଷରେ ଦୀର୍ଘ ଦୁଇଘଣ୍ଟାର ପରିଶ୍ରମ ଦ୍ୱାରା ସେ ସାପକୁ ସ୍କୁଟି ଭିତରୁ ବାହାର କରିଥିଲେ। ଘରଲୋକ ତାଙ୍କୁ ପଚାରିଥିଲେ
ଏଇଟା କେଉଁ ସାପ? ସେ ଉତ୍ତର ଦେଇ କହିଥିଲେ, ଏହା ଏକ ତମ୍ପ ସାପ। ଏହି ସାପ ବହୁତ ରାଗି ଓ ଚଞ୍ଚଳ ଅଟେ। ଏହି ସାପର ବିଷ ବହୁତ ଖତରନାକ ଅଟେ।