ମାଡ଼ିଆସୁଛି ଭୟଙ୍କର ବାତ୍ୟା,ସାରା ଓଡ଼ିଶାକୁ Satarka କରାଇଦେଲା ପାଣିପାଗ ବିଭାଗ,ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା…

Uncategorized

ବର୍ତ୍ତମାନ ଓଡିଶାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଏଥିରେ ଉପକୂଳ ଜିଲ୍ଲା ଗୁଡ଼ିକ ମୁଖ୍ୟତଃ କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଇତ୍ୟାଦି ଜିଲ୍ଲା ଗୁଡ଼ିକରେ ବର୍ଷା ଲାଗିରହିଛି। ଏହି ଲଘୁଚାପ ଚାଲିଥିବା ବେଳେ ବର୍ତ୍ତମାନ ଆଉ ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାର ଖବର ସାମ୍ନାକୁ ଆସିଛି।

ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ, ଚାଲିଥିବା ଲଘୁଚାପ ପରେ ଏହାପଛକୁ ଆଉ ଏକ ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିବ। ଏହି ଲଘୁଚାପ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବେଳେ ଏହା ଉତ୍ତର-ପୂର୍ବ ଆଡ଼କୁ ଗତି କରିବ ବୋଲି ସୂଚନା ପ୍ରାପ୍ତ ହୋଇସାରିଛି।ଏହି ଲଘୁଚାପ ଉତ୍ତର-ପୂର୍ବ ମୁହାଁ ହୋଇଥିବା

ବେଳେ ଏହା ଓଡ଼ିଶା ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଏହି ଲଘୁଚାପ ମୁଖ୍ୟତଃ ରୂପରେ ଓଡ଼ିଶାର ଆଭ୍ୟନ୍ତରୀଣ ଓ ପଶ୍ଚିମ ଜିଲ୍ଲା ଗୁଡ଼ିକ ଉପରେ ବହୁତ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପୂର୍ବରୁ ସତର୍କ କରାଇ ଦେଇଛି। ଲଘୁଚାପ ପ୍ରଭାବରେ ଉପକୂଳ ଜିଲ୍ଳା ଗୁଡ଼ିକ ଆଂଶିକ ପ୍ରଭାବିତ

ହେବ ବୋଲି କୁହାଯାଇଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଜିଲ୍ଲା ଗୁଡ଼ିକୁ ଲଘୁଚାପ ପୂର୍ବରୁ ୟେଲୋ ୱାର୍ଣିଂ ମଧ୍ୟ ଦିଆଯାଇସାରିଛି।ଲଘୁଚାପ ପ୍ରଭାବରେ ସୁନ୍ଦରଗଡ, ସମ୍ବଲପୁର, ବୌଦ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, ନବରଙ୍ଗପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ ଜିଲ୍ଲାରେ ଖୁବ ବର୍ଷିବା ନେଇ ଖବର ମିଳିଛି।

ସର୍ବାଧିକ ବର୍ଷା ସୁନ୍ଦରଗଡ଼ରେ ହେବାର ଆଶଙ୍କା ରହିଥିବା ବେଳେ ସର୍ବନିମ୍ନ ବର୍ଷା ନୟାଗଡ଼ରେ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ ପୂର୍ବ ଓଡ଼ିଶାରେ ବର୍ଷା ସମେତ ପବନର ବେଗ 45 ରୁ 50 କିଲୋମିଟର ପ୍ରତିଘଣ୍ଟା ରହିବ ବୋଲି କୁହାଯାଇଛି।ଲଘୁଚାପ ପ୍ରଭାବରେ ସମୂଦ୍ର

ଏହିସମୟରେ ଅଶାନ୍ତ ରହିବ ଓ ଯାହାଦ୍ୱାରା ପାଣିପାଗ ବିଭାଗ ପକ୍ଷରୁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକ ଯଥା: ବାଲେଶ୍ଵର, ପୁରୀ, ଗଞ୍ଜାମରେ ରହୁଥିବା ମତ୍ସ୍ୟଜୀବୀ ମାନଙ୍କୁ ସମୂଦ୍ର ଭିତରକୁ ନଯିବାପାଇଁ ଉପଦେଶ ଦିଆଦେଇଛନ୍ତି।

Leave a Reply

Your email address will not be published. Required fields are marked *