ପ୍ରେମିକ ଏବଂ ପ୍ରେମିକାଙ୍କ ଫୋନର କଥା ବାର୍ତା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରେମିକ କହୁଛନ୍ତି ଯେ,’ ମୁଁ ରାସ୍ତାରେ ଅଛି।ବର୍ତ୍ତମାନ ବାହାରୁଛି। ପାଗ ଖରାପ ରହିଛି।’ ସେହି ସମୟରେ ପ୍ରେମିକା କହୁଛନ୍ତି ଯେ,’ ମୁଁ ବର୍ତ୍ତମାନ ଚାରି ଆଡୁ ଫସି ଯାଇଛି।ଏବେ କଣ କରିବି? ଚେକ ଅପ କରିବା ପାଇଁ ଯାଇଥିଲି।
କିନ୍ତୁ ଜଣ ପଡିଲା ଯେ, ପାଞ୍ଚ ମାସର ହୋଇ ସରିଲାଣି।ଶଶୁର ଘରେ କହୁଛନ୍ତି ଯେ, ପିଲା ଯାହାର , ଯାଇକି ତା ଘରେ ତା ପାଖରେ ରୁହ। ସେହି ସମୟରେ ପ୍ରେମିକ କହୁଛନ୍ତି ଯେ,’ ଜେଲ ରୋଡ଼ରେ ତମେ ଆଉ ଥରେ ଯାଇ ଚେକ କର। ସେଠାରେ ଭୁଲ ଯାଞ୍ଚ କରିଥିବେ। ତମେ ଏଠି ଯାଇ ଆଉ ଥରେ ଯାଞ୍ଚ କର।’
ପ୍ରେମିକା କହୁଛନ୍ତି ଯେ,’ ସରକାରୀ ମେଡିକାଲ ଯାଇଥିଲି। ସେଠାରେ କହିଲେ ଯେ ପାଞ୍ଚ ମାସର ହୋଇ ସାରିଲାଣି।’ ପ୍ରେମିକ କହୁଛନ୍ତି ଯେ,’ ନିଜ ହିସାବରେ କିଛି କର। ଆଉ ଥରେ ଚେକ ଅପ କରି ନିଅ। ରିପୋର୍ଟ ଭୁଲ ମଧ୍ୟ ହୋଇ ଥାଇ ପରେ।’ ସେହି ସମୟରେ ପ୍ରେମିକା କହୁଛନ୍ତି ଯେ,’ ପେଟ ମଧ୍ୟ ସେହି ହିସାବରେ ବଢ଼ିବାରେ ଲାଗିଛି ନା।
ଯାହା କରିବା କାଠ, ସେଇଟା ତମେ କରିବ। ମୁଁ କୁଆଡେ ଯିବି ? ମୋତେ ଏଠାରେ କେହି ରହିବାକୁ ଦେଉ ନାହାନ୍ତି। ମୋ ଜୀବନ ଖରାପ ହୋଇ ଯିବ ତାପରେ। ଗାଁ ଲୋକ ମୋତେ ଏଠାରେ ରହିବ ପାଇଁ ଦେଉ ନାହାନ୍ତି।’ ସେହି ସମୟରେ ପ୍ରେମିକ କହୁଛନ୍ତି ଯେ,’ ଯାହାକୁ ବିବାହ କରିବ, ତା ସହ ରହିବ।’ ପ୍ରେମିକା କହୁଛନ୍ତି ଯେ,
ମୋତେ ବାରମ୍ବାର ପଚାରିଲେ। ସେଥିପାଇଁ ମୋତେ କହିବାକୁ ପଡିଲା। ଏଥି ପାଇଁ ଯିଏ ଦାୟୀ, ତାଙ୍କୁ ଡାକିବା ପାଇଁ କହୁଛନ୍ତି। ପ୍ରମାଣ ଦେବାକୁ କହୁଛନ୍ତି।’ପ୍ରେମିକ କହୁଛନ୍ତି ଯେ,’ ବେଶୀ କିଛି ଅସୁବିଧା ହେଲେ ନିଜ ଗାଁ କୁ ପଳାଇ ଆସ। ପ୍ରେମିକା କହୁଛନ୍ତି ଯେ,’ ମୁଁ ଏହାକୁ ନେଇ କଣ କରିବି ,କୁଆଡେ ଯିବେ ? କେଉଁଠି ରହିବି ଏହାକୁ ନେଇକି ?
ମାମା ବାପା କଲି ମୋତେ ଛାଡ଼ି ପଳେଇଲେ। ଏହା ପରେ ମୋତେ ବହୁତ ଅସୁବିଧାରେ ରଖୁଛନ୍ତି।’ ପ୍ରେମିକ କହୁଛନ୍ତି ଯେ,’ ନିଜ ହିସାବରେ କିଛି କରି ନିଅ। ଯେଉଁଠି ଅଛ, ସେଇଟି ରୁହ। ବ୍ୟସ୍ତ ହୁଅ ନାହିଁ। ମୁଁ କେବଳ ଉପଦେଶ ଦେଇ ପାରିବି। କଣ ଆଉ କରି ପାରିବି ? ଦେଖା ଯିବ ଆଗକୁ କଣ ହେବ।’ ପ୍ରେମିକା କହୁଛନ୍ତି ଯେ,’ ବିବାହକୁ ମାତ୍ର ୧ ମାସ ୫ ଦିନ ହୋଇଛି। ସେଥିପାଇଁ ମୋତେ ଗାଳି କରୁଛନ୍ତି। ତମେ ପରେ ମୋତେ କଲ କର। ‘