ଆଜିବି ଏହି କୂଅ ଭିତରେ ରହୁଛି 3000 ବର୍ଷର ଇଛାଧାରୀ ନାଗୁଣୀ,ସାମ୍ନାକୁ ଆସିବା ପରେ ଯାହାହେଲା ଜାଣିଲେ ଆପଣ ମୁଣ୍ଡରେ ହାତଦେବେ…

Uncategorized

ଉତ୍ତର ପ୍ରଦେଶର ଗୁଆଲିଅରର ଏକ ଗ୍ରାମରେ ଗୋଟିଏ କୂଅ ରହିଛି ଓ ଲୋକଙ୍କ କହିବାହେଲା ଏହି କୂଅ ଭିତରେ ୩୦୦ ବର୍ଷ ହେବ ଏକ ବିଶାଳ ଇଚ୍ଛାଧାରୀ ନାଗୁଣୀ ରହୁଛି ଓ ଏହି ନାଗୁଣୀ ନିଜର ରୂପ ବଦଳାଇ ଏକ ସୁନ୍ଦରୀ କନ୍ୟା ମଧ୍ୟ ହୋଇଯାଉଛି। ଲୋକଙ୍କ କହିବାହେଲା ଯାହାର ଯାହା ସୁବିଧା ଅସୁବିଧା ଥାଏ ସେମାନେ ଏହି କୂଅ ପାଖକୁ ଆସି ମନସ୍କାମନା କଲେ ସେମାନଙ୍କ ଇଚ୍ଛା ପୂରଣ ହୋଇଯାଇଥାଏ।

ଏମିତି ଏକ ଘଟଣା ସେହି ସ୍ଥାନର ରମେଶ ନାମକ ଜଣେ ବ୍ୟକ୍ତି ସହିତ ଘଟିଥିଲା।ଘଟଣାଟି ହେଉଛି ଯେ, ରମେଶ ମୁମ୍ବାଇରେ ଏକ ବଡ଼ କମ୍ପାନୀରେ କାମ କରନ୍ତି କିନ୍ତୁ ଗୁଆଲିଅରରେ ତାଙ୍କର ଜନ୍ମସ୍ଥାନ ଅଟେ। ଜୁନ-ଜୁଲାଇ ମାସରେ ଛୁଟି ପାଇଲେ ରମେଶ ନିଜ ପିଲାଛୁଆ ଓ ସ୍ତ୍ରୀଙ୍କୁ ଧରି ନିଜ ପୈତୃକ ଗାଁକୁ ବୁଲିବାକୁ ଆସିଥାନ୍ତି।

ସବୁ ବର୍ଷ ଭଳି ସେବର୍ଷ ମଧ୍ୟ ରମେଶ ଗୁଆଲିଅର ନିଜ ଗାଁ କୁ ଯାଇଥିଲେ ଓ ଏଠାରେ ଗାଁ ପ୍ରାକୃତିକ ପରିବେଶକୁ ଉପଭୋଗ କରି ଛୁଟି କଟାଉଥିଲେ। ଦିନେ ରମେଶଙ୍କ ପୁଅ ଘର ବାହାରେ ଫୁଟବଲ ଖେଳୁଥିବା ସମୟରେ କିଛି ଡ଼କାୟତ ତାକୁ କିଡ଼ନାପ କରି ନେଇଗଲେ।ପୁଅ ଘରକୁ ନଫେରିବାର ଦେଖି ରମେଶ

ଓ ତାଙ୍କ ପତ୍ନୀଙ୍କ ସ୍ଥିତି ସଙ୍ଗୀନ ହୋଇଗଲା ଓ ସେମାନେ ନିଜ ପୁଅକୁ ନପାଇ କାନ୍ଦିବାକୁ ଲାଗିଲେ। ରମେଶ ଗାଁ ପାଖରେ ଥିବା ସେହି କୂଅ ପାଖକୁ ଗଲେ ଓ ସେଠାରେ କହିଲେ, ଯଦି କେହି ଇଚ୍ଛାଧାରୀ ନାଗୁଣୀ ଏଠାରେ ରହୁଛି ତାହେଲେ ମୋ ପୁଅ ମୋ ପାଖକୁ ଫେରିଆସୁ, ମୁଁ ଅଭାଗା ପିତା ତୁମ ପାଖରେ ନିବେଦନ କରୁଛି।

ରମେଶର ଏହି ଗୁହାରିର ଉତ୍ତର ଦେଇ କୂଅ ଭିତରୁ ଏକ ଶବ୍ଦ ଆସିଲା ଓ ସେ କହିଲା, ତୁ ଘରକୁ ଯା ରମେଶ ତୋ ପୁଅ ନିଶ୍ଚୟ ଫେରିବ। ଶୂନ୍ୟରୁ ଏହି ଶବ୍ଦ ଶୁଣି ରମେଶ ଆଶ୍ଚର୍ଯ୍ୟ ହୋଇଗଲା ସତ କିନ୍ତୁ କଥାମାନି ସେ ଘରକୁ ଚାଲିଆସିଲା।ସେପଟେ ରମେଶର ପୁଅକୁ କିଛି ଡ଼କାୟତ ଜଙ୍ଗଲ ବାଟଦେଇ ନେଇ ଯାଉଥିବା

ସମୟରେ ଏକ ବିଶାଳକାୟ ସାପ ଡ଼କାୟତଙ୍କ ରାସ୍ତା ଅଟକାଇଲା। ସାପକୁ ଦେଖି ଡ଼କାୟତ ମାନେ ଡ଼ରିଗଲେ ଓ ସାପ ତାଙ୍କୁ ଘେରିବା ଦ୍ୱାରା ସେମାନେ କୁଆଡ଼କୁ ଯାଇ ପାରିଲେନାହିଁ। ଶେଷରେ ସେମାନେ ନାଗୁଣୀକୁ କ୍ଷମା କରିବାକୁ କହିଲେ ଓ ଏମିତି କାମ ଆଗକୁ କରିବେନାହିଁ ବୋଲି ନାଗୁଣୀକୁ ପ୍ରତିଶ୍ରୁତି ଦେଲେ

ଏହାପରେ ନାଗୁଣୀ ସେମାନଙ୍କୁ ଛାଡ଼ିଦେଲା ଓ ସେମାନେ ତୁରନ୍ତ ପିଲାକୁ ଛାଡ଼ି ସେଠାରୁ ପଳାଇଲେ।ପିଲାଟି ସାପକୁ ଦେଖି ଭୟଭୀତ ହୋଇଯାଇଥିଲା କିନ୍ତୁ ସାପଟି ଏହାପରେ ସୁନ୍ଦର କନ୍ୟାର ରୂପ ନେଇଗଲା ଓ ପିଲାଟିକୁ କୋଳରେ ଧରି ତା’ ଘରେ ଛାଡ଼ିଦେଇ ଆସିଲା। ରମେଶ ଓ ତା’ ପତ୍ନୀ ପୁଅକୁ ପୁନର୍ବାର ପାଇ ଖୁସି ହୋଇଗଲେ ଓ ଇଚ୍ଛାଧାରୀ ନାଗୁଣୀକୁ ଧନ୍ୟବାଦ ଜଣାଇଥିଲେ।

Leave a Reply

Your email address will not be published. Required fields are marked *