ACF ସୋମ୍ୟରଞ୍ଜନ ମାମଲାରେ ଫସିବେ Tahasildar ! ଖସିବାକୁ ମିଳିନାହିଁ ରାସ୍ତା,ଗୋଟିଏ ସୁରାକ ସାରିଦେଲା ସବୁ ଖେଳ,ଆଉ ଖାଲି ବିଦ୍ୟାଙ୍କ ପାଳି

Uncategorized

ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ହତ୍ୟା ମାମଲା ବିଷୟରେ ଆଉ କିଛି ନୂଆ ତଥ୍ୟ ଜଣେଇବି।ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ଆଜି ଦୁଇ ଡାକ୍ତରଙ୍କୁ ଜେରା ପରେ ଏବେ ପଡିଛି ତହସିଲଦାରଙ୍କ ପାଳି।ଆଜି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି କ୍ରାଇମ ବ୍ରାଞ୍ଚ ଟିମ।ତଦନ୍ତ ପ୍ରକ୍ରିୟା ଜାରି ରଖିଛି।ତହସିଲଦାରଙ୍କ ଅଫିସରେ ତାଙ୍କୁ ପଚାର ଉଚରା ଜାରି ରଖିଛି କ୍ରାଇମ ବ୍ରାଞ୍ଚ।ଘଟଣା ଦିନ ସୌମ୍ୟଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲେ ତହସିଲଦାର।ଆଜି ସିଡିଏମଓ ଅଫିସ ପରିସରରେ ଦୁଇ ଡାକ୍ତରଙ୍କୁ କ୍ରାଇମ ବ୍ରାଞ୍ଚର ଜେରା କରାଯାଇଛି।

ତିନି ଘଣ୍ଟା ଧରି ସୌମ୍ୟଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ଜେରା କରାଯାଇଛି।ତେବେ ସନ୍ଧ୍ୟାରେ ତହସିଲଦାରଙ୍କୁ ଜେରା କରାଯିବ ବୋଲି କ୍ରାଇମ ବ୍ରାଞ୍ଚ ଡିଏସପି କହିଥିଲେ।ଗତ କାଲି ଜଗୁଆଳି,ମାଳି ଓ ଜଣେ ବନ କର୍ମଚାରୀଙ୍କୁ ଗୁଡେ଼ଇ ତୁଡେଇ ପ୍ରଶ୍ନ କରିବା ପରେ ଆଜି ସୌମ୍ୟଙ୍କୁ ଚିକିତ୍ସା କରିଥିବା ଦୁଇ ଡାକ୍ତରଙ୍କୁ ଜେରା କରିଛି କ୍ରାଇମ ବ୍ରାଞ୍ଚ ଟିମ।ପାରଳାଖେମୁଣ୍ଡି ସିଡିଏମଓ ଅଫିସ ପରିସରରେ କ୍ରାଇମ ବ୍ରାଞ୍ଚ ଟିମ ପହଞ୍ଚିଥିବା ବେଳେ ତିନି ଡାକ୍ତର ଆସିଥିଲେ।ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜେରା କରାଯାଇଛି।

ଜେରାର ସମ୍ମୁଖିନ ହୋଇଛନ୍ତି ଡାକ୍ତର କୃଷ୍ଣଚନ୍ଦ୍ର ବେହେରା ଓ ଅଭିଳାଷ ପଣ୍ଡା।ସୌମ୍ୟ ରଞ୍ଜନ ପୋଡି ଗୁରୁତର ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ମେଡିକାଲ ନିଆ ଯାଇଥିଲା।ସେଠାରେ ମାଜିଷ୍ଟ୍ରେଟ ଭାବରେ ପାରଳାଖେମୁଣ୍ଡି ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କର ମୃତ୍ୟୁକାଳୀନ ଜମାନବନ୍ଦୀ ନିଆ ଯାଇଥିଲା।ସେତେବେଳ କିଏ କିଏ ଉପସ୍ଥିତ ଥିଲେ,କଣ କଣ ଜମାନବନ୍ଦୀ ନିଆ ଯାଇଥିଲା

ଏଥି ପାଇଁ କିଏ ନିର୍ଦ୍ଦେଶ ଦେଲା ତାହା ମୁଖ୍ୟତଃ କ୍ରାଇମ ବ୍ରାଞ୍ଚର ଫୋକସରେ ରହିଥିଲା।ତେବେ ପୋଡି ଯାଇଥିବା ସୌମ୍ୟ ମେଡ଼ିକାଲରେ ପହଞ୍ଚିବା ବେଳକୁ ତାଙ୍କ ଅବସ୍ଥା କିପରି ଥିଲା,ତାଙ୍କୁ କଣ ସବୁ ଚିକିତ୍ସା କରାଯାଇଥିଲା,ଏହା ପରେ କେଉଁ ପରିସ୍ଥିତିରେ ଡାକ୍ତର ତାଙ୍କୁ ସ୍ଥାନାନ୍ତର ପାଇଁ ପରମିସନ ଦେଇଥିଲେ,ମେଡିକାଲରୁ ଆମ୍ବୁଲାନ୍ସ ଆସିବା ପରେ କେତେ ସମୟ ପରେ ସେ ଯାଇଥିଲେ ଏ ସମସ୍ତ ପ୍ରସଙ୍ଗକୁ ନେଇ ଆଜି କ୍ରାଇମ ବ୍ରାଞ୍ଚ ଡାକ୍ତର ମାନଙ୍କୁ ଗୁଡେ଼ଇ ତୁଡ଼େଇ ପ୍ରଶ୍ନ କରିଥିବା ଜଣା ପଡ଼ିଛି।ସୂଚନା ଯୋଗ୍ୟ କ୍ରାଇମ ବ୍ରାଞ୍ଚ ୫ ଦିନ ହେଲା ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ମାରାଥନ ଜେରା ଚାଲିଥିବା ବେଳେ ୫୦ ରୁ ୬୦ ପ୍ରଶ୍ନ ଘଣ୍ଟା ଘଣ୍ଟାର ଘଣ୍ଟା ଚକଟା,ସମସ୍ତଙ୍କୁ ଗୁଡେ଼ଇ ତୁଡେଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ।ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଉପରୁ ହାତ ହଟି ନଥିବା ବେଳେ ଏବେ କେବେ ପରଦା ହଟିବ ସେ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଜଗୁଆଳିଙ୍କ ବୟାନ ଘଟଣାକୁ ଏକ ନୂଆ ଦିଗ ଦେଇଛି।ଏକ ମାସ ପରେ ବି ଏ ଘଟଣାର ସମାଧାନ ହୋଇନାହିଁ।

Leave a Reply

Your email address will not be published. Required fields are marked *