ସାଙ୍ଗମାନେ ହିନ୍ଦୁ ଶାସ୍ତ୍ର ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟ ତିଥିକୁ ଅକ୍ଷୟ ତୃତୀୟା ବୋଲି କହିଥାନ୍ତି।ଏହି ତିଥି ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିନ କୌଣସି କାର୍ଯ୍ୟର ଆରମ୍ଭ ଶୁଭ ହୋଇଥାଏ।ଅକ୍ଷୟ ଅର୍ଥାତ ଯାହାର କ୍ଷୟ ହୁଏ ନାହିଁ ବା ତାହା କେବେବି ସରେ ନାହିଁ।ତୃତୀୟା ଅର୍ଥାତ ମାସର ତୃତୀୟ ତିଥି ଅଟେ।ଏହି ଦିନ ନୂଆ ଗାଡି ଆଣିବା ଗୃହ ପ୍ରବେଶ କରିବା ଘର ଅନୁକୂଳ କରିବା,ବିବାହ ଶ୍ରାଦ୍ଧ କାର୍ଯ୍ୟ ଆଦି କରା ଯାଇଥାଏ।ମାନ୍ୟତା ଅଛି କି ଏହି ଦିନ ଭଗବାନ ହରି ଷଷ୍ଠ ଅବତାର ଭାବରେ ଭଗବାନ ପର୍ଶୁରାମ ଅବତାର ଗ୍ରହଣ କରିଥିଲେ।
ଏହି ଦିନ ଗଙ୍ଗା ମାତା ପୃଥିବୀରେ ଅବତରଣ କରିଥିଲେ।ଏହି ଦିନ ତ୍ରେତୟା ଓ ଦ୍ଵାପର ଯୁଗର ଆରମ୍ଭ ହୋଇଥିଲା।ଏହି ଦିନ ପ୍ରଭୁ ଶ୍ରିହରିଙ୍କ ପୂଜା କଲେ କୌଣସି ବି ନକରାତ୍ମକ ଶକ୍ତି କିଛି କ୍ଷତି କରିପାରି ନଥାଏ।ଏହି ଦିନ ଭଗବାନ ବଦ୍ରିନାଥଙ୍କ ଦ୍ଵାର ଖୋଲିଥାଏ।ହିନ୍ଦୁ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛି କି ଏହି ଦିନ ଯେକୌଣସି କାର୍ଯ୍ୟ କରିଥାନ୍ତି ତାହାର ଅନେକ ଫଳ ମିଳିଥାଏ।ଏହି ଅକ୍ଷୟ ତୃତୀୟାକୁ ଆମ ଓଡ଼ିଶାରେ ମଧ୍ୟ ଅତି ଆନନ୍ଦର ସହ ପାଳନ କରାଯାଇଥାଏ।
ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ କାଠ ଅନୁକୂଳ ହୋଇଥାଏ।ଏହି ଦିନ ଚାଷୀ ପ୍ରଥମ ବିହନ ବୁଣିଥାଏ।ଅଟକି ରହିଥିବା ଧନ ପଇସା ମିଳିବାକୁ ଲାଗିଥାଏ।ମଣିଷର ଦୁର୍ଭାଗ୍ୟ ସୌଭାଗ୍ୟର ପରିଣତ ହୋଇଥାଏ।ଏହି ଦିନ ଯଦି କିଛି ଜିନିଷ ଘରକୁ ଆଣନ୍ତି ତେବେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି।ଅକ୍ଷୟ ତୃତୀୟା ଦିନ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଘରକୁ ଆଣନ୍ତୁ।ମା ଲକ୍ଷ୍ମୀଙ୍କର କଉଡ଼ି ଅତ୍ୟନ୍ତ ପ୍ରିୟ ହୋଇଥାଏ।ଏଣୁ ଏହିଦିନ ଘରକୁ କିଛି କଉଡ଼ି ଆଣି ହଳଦୀ ଏବଂ କେଶର ଗୋଳାଇ ପୂଜା ସ୍ଥାନରେ ରଖି ଏହାର ପୂଜା ଅବଶ୍ୟ କରନ୍ତୁ।
ଏକ ଆଖିଆ ନଡ଼ିଆ ମା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଅତ୍ୟନ୍ତ ସହାୟକ ହୋଇଥାଏ।ଅକ୍ଷୟ ତୃତୀୟା ଦିନ ଏହାକୁ ଅବଶ୍ୟ ସ୍ଥାପନ କରନ୍ତୁ।ଏହି ଦିନ ମା ଲକ୍ଷ୍ମୀଙ୍କ ପ୍ରତିମା ଘରକୁ ଆଣି ବିଧି ବିଧାନ ସହକାରେ ନିୟମିତ ପୁଜା କରନ୍ତୁ।ଏହାପରେ ଧାତୁ ନିର୍ମିତ କଇଁଛ।ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଘରକୁ ଧାତୁ ନିର୍ମିତ କଇଁଛ ଅବଶ୍ୟ ଆଣନ୍ତୁ।
ଧନ ଯୋଗର ପ୍ରାପ୍ତି ପାଇଁ ମା ଲକ୍ଷ୍ମୀ ଯନ୍ତ୍ରକୁ ଅବଶ୍ୟ ଆଣନ୍ତୁ ଏବଂ ଏହାକୁ ନିୟମିତ ପୂଜା କରନ୍ତୁ।ସର୍ବଜ୍ଞ ଲକ୍ଷ୍ମୀ ନାରାୟଣଙ୍କ ପ୍ରତିମା ମଧ୍ୟ ଆପଣ ଆଣି ପୂଜା କରିପାରିବେ।ଆପଣ ଏହି ଦିନ ଶଙ୍ଖ ଆଣି ପୂଜା କଲେ ଅତ୍ୟନ୍ତ ସବୁ ହୋଇଥାଏ।ଏହି ସବୁ ଜିନିଷ ଆଣିବାର ସକ୍ଷମ ନ ହେଲେ ଏହି ଦିନ କିଛି ଗହମ ଘରକୁ ଆଣନ୍ତୁ।ଏଥିରୁ ଏକ ମୁଠା ଗହମ ନେଇ ନିଜ ଧନ ରଖିବା ସ୍ଥାନରେ ରଖନ୍ତୁ।