ସାଙ୍ଗମାନେ ଜୀବନ ହେଉଛି ଏକ ରଙ୍ଗମଞ୍ଚ।ଆମେ ହେଉଚେ ସବୁ କଳାକାର।ଜନ୍ମରୁ ମଲା ପର୍ଯ୍ୟନ୍ତ ଆମେ ଅଭିନୟ କରିବା।ଆଉ ଯେଉଁ ଦିନ ମରିଯିବା ଆମ ଅଭିନୟ ସେହି ଦିନ ଶେଷ ହୋଇଯିବ।ସାଙ୍ଗମାନେ ଆପଣ ମାନେ ସମସ୍ତେ ବେଳେବେଳେ ବହୁତ ମନଦୁଃଖ କରନ୍ତି ନା ଯେ ମୁଁ ଏତେ ପାଠ ପଢିଲି ଚାକିରି ଟିଏ ବି ହେଲାନି।ମୋ ମା ବାପା ମତେ ବହୁ ପରିଶ୍ରମ କରି ପାଠ ପଢେଇଲେ କିନ୍ତୁ ଚାକିରିଟିଏ ହେଲାନି।ତେବେ ଆଜିର ଏହି କାହାଣୀକୁ ପଢ଼ନ୍ତୁ।
ଆପଣ ବି କହିବେ ହଁ ମୁଁ କିଛି କରି ଦେଖେଇବି।ଏହି କାହାଣୀ ହେଉଛି କଲିକତାର ଏକ ଭଉଣୀର ଯାହାଙ୍କ ନାଁ ହେଉଛି ପ୍ରଦୁମ୍ନ ବର୍ନି।ତେବେ ତାଙ୍କ ମା ରେଳ ଷ୍ଟେସନରେ ଭିକ ମାଗନ୍ତି।ସେ ନିଜ ଝିଅକୁ ପାଠ ପଢେଇ ଥିଲେ।ଝିଅ ବି ବହୁତ ମନ ଧ୍ୟାନ ଦେଇ ପାଠ ପଢିଥିଲା।ସ୍କୁଲ ଟପର ଥିଲା।ବହୁତ ଭଲ ପାଠ ପଢ଼ୁଥିଲା।
ସ୍ବପ୍ନ ଥିଲା ଦିନେ ମୁଁ ସରକାରୀ ଚାକିରି କରିବି ମୋ ମାର ଦୁଃଖକୁ ମୁଁ ଦୂର କରିବି।ହେଲେ ରାଜନୀତିର ଚକ୍କରରେ ଆସି ସିଏ ଯେତିକିରେ ବି ଫର୍ମ ପୂରଣ କଲା ସେ କଟି କଟି ଚାଲିଲା।୩ ବର୍ଷରେ ୩୦୦ ସରକାରୀ ଚାକିରୀ ପାଇଁ ଆବେଦନ।ସବୁଥିରେ ଫେଲ।ବହୁତ କାନ୍ଦିଲା ସେ ଝିଅ।ସେ କହିଲା ମା ମୁଁ ତୋ ସ୍ବପ୍ନକୁ ପୁରା କରି ପାରିଲିନି।
ମା କହିଲେ ଏଇ ତ ଜୀବନ ନା।ଏଇ ତ ଆରମ୍ଭ।ଜୀବନର ଆରମ୍ଭରୁ ଥକି ଗଲେ କେମିତି ହେବ।ଏବେ ତ ବହୁତ ଦୂର ଚାଲିବା ପାଇଁ ବାଟ ଅଛି।ମାର କଥାରେ ପୁଣି ଝିଅ ଆରମ୍ଭ କଲା ପାଠ ପଢା।ବହୁତ ପରିଶ୍ରମ କଲା ଦିନ ରାତି ଏକ କରିଦେଲା।ଆଉ ଦୁଇ ବାରେ କେବଳ ପାଠ ହିଁ ପଢ଼ିଲା ଓ ପରିଶ୍ରମ କରି ଚାଲିଲା।
୨୦୨୦ ମସିହାର ସେଇ ସମୟ।ଯେଉଁଥିରେ ଆପଣଙ୍କର ୟୁପିଏସସିର ନୋଟିସ ଆସିଥିଲା।ଝିଅ ଆବେଦନ କରିଥିଲା।ଆଉ ୨୦୨୧ ମସିହାରେ ଅଲ ଇଣ୍ଡିଆରେ ୧୩୫ତମ ସ୍ଥାନ ପାଇ ବନିଗଲା ଆଇଏଏସ ଅଫିସର।ହଁ ମୁଁ ଆପଣଙ୍କୁ ଏଇ କଥା କହୁଚି ଇଏ ଏକ ସତ୍ୟ ଘଟଣା।ଆପଣ ଗୁଗଲ କରି ବି ତାଙ୍କ ବିଷୟରେ
ଆହୁରି ଅଧିକ ତଥ୍ୟ ଜାଣି ପାରିବେ।ତେଣୁକରି ଜୀବନରେ କେବେବି ମନ ଦୁଃଖ କରନ୍ତୁ ନାହିଁ କି ଆପଣଙ୍କୁ କିଛି ବି ମିଳିଲାନି ବୋଲି।ଭଗବାନ କହିଲେ ଭଗବଦ ଗୀତାରେ ଶ୍ରୀକୃଷ୍ଣ ଯଦି ଆଜି ତମେ ପରିଶ୍ରମ କରୁଚ ସଚ୍ଚୋଟରେ ଅଛ ସତ ମାର୍ଗରେ ଅଛ ତମକୁ ତମ କର୍ମର ଫଳ ମିଳୁନି ଏହାର ସଂକେତ ଅଟେ
ଯେ ତୁମକୁ କିଛି ବଡ ଜିନିଷ ମିଳିବା ପାଇଁ ଯାଉଚି।ଯଦି ସେଦିନ ସେ ଚପରାସୀ ଭାବରେ ସିଲେକ୍ଟ ହୋଇଥାନ୍ତେ ତାହେଲେ ଆଜି ସେ ଆଇଏଏସ ଅଫିସର ହୋଇ ନଥାନ୍ତେ।ତେଣୁ ତୁମେ ଯଦି ଆଜି ରେଲୱେ,ଶିକ୍ଷକ ଆଦି ପାଇ ପାରୁନ ପରିଶ୍ରମ କର କାଲି ତୁମେ ବି ଆଇଏଏସ ହୋଇପାରିବ।