ଅଭିନେତା ରାଇମୋହନ ପରିଡ଼ାଙ୍କ ତାଙ୍କ ଝିଅ ଦ୍ଵାରା ଶେଷ BIRTHDAY ପାଳନ ଦେଖିଲେ ଆଖିରେ ଲୁହ ଆସିଯିବ…ଦେଖନ୍ତୁ Video

ଆପଣମାନେ ଜାଣିଥିବେ କି ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ରାଇମୋହନ ପରିଡା ଭୁବନେଶ୍ୱର ଉଦୟପୁର ସ୍ଥିତ ତାଙ୍କ ଘରେ ଜୁଲାଇ ମାସ ୨୪ ତାରିଖ ଦିନ ଅଘଟଣ କରିଥିଲେ।ଏହି ଘଟଣା ସମସ୍ତ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଥିଲା।ସିନେମା ଜଗତରେ ତାଙ୍କର ସ୍ଥାନ ଅପୂରଣୀୟ ଥିଲା କେହି କେବେବି ତାଙ୍କର ସ୍ଥାନ ପୂରଣ କରି ପାରିବେ ନାହିଁ

ବୋଲି ଅନେକ କଳାକାର ମାନେ କହିଥିଲେ ସେ ଓଡ଼ିଆ ଚଳଚ୍ଚିତ୍ର ଜଗତର ବହୁତ ପୁରୁଣା ଏବଂ ପ୍ରତିଷ୍ଠିତ କଳାକାର ଥିଲେ ତେଣୁ ସେ କଣ ପାଇଁ ଏପରି ପଦକ୍ଷେପ ନେଲେ କେହି ଜାଣି ପାରୁ ନଥିଲେ।ଏହି ବିଷୟରେ ଥାନାରେ ତଦନ୍ତ ମଧ୍ୟ ଚାଲିଥିଲା ତେବେ ଏହି ସବୁ ଭିତରେ ପୋଲିସ ପାଖରେ ରାଇମୋହନ ଙ୍କ ପୋଷ୍ଟ ମଟମ

ରିପୋର୍ଟ ଆସି ପହଞ୍ଚି ଥିଲା ଯେଉଁଥିରେ ଲେଖା ହୋଇଥିଲା କି ରାଇମୋହନଙ୍କ ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ହୋଇଥିଲା।ତେବେ ଦଉଡ଼ି ଦ୍ଵାରା ତାଙ୍କର ଶ୍ୱାସରୁଦ୍ଧ ହୋଇଥିଲା ବୋଲି ମଞ୍ଚେଶ୍ବର ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଥିଲା।ରାଇମୋହନଙ୍କ ମୃତ୍ୟର ଏତେ ଦିନ ପରେ ଏବେ ସୋସିଆଲ ମିଡିଆରେ

ଏକ ଭିଡିଓ ଘୁରି ବୁଲୁଛି ଯେଉଁଥିରେ ରାଇମୋହନ ନିଜର ଶେଷ ଜନ୍ମ ଦିନର କେକ କାଟୁଛନ୍ତି ଏବଂ ନିଜର ସ୍ତ୍ରୀ ଝିଅ ଏବଂ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ମଧ୍ୟ ଖୁଆଇଛନ୍ତି।ଏଥି ସହ ସେ ତାଙ୍କ ଝିଅ ଏବଂ ସ୍ତ୍ରୀଙ୍କ ସହ ବିତାଇ ଥିବା କିଛି ମୁହୂର୍ତ୍ତର ଫୋଟୋ ମଧ୍ୟ ଏହି ଭିଡିଓ ମଧ୍ୟରେ ଅଛି ଯାହାକି ଆଖିରେ ଦୁଃଖର ଅଶ୍ରୁ ଆଣି ଦେଇଛି।

https://www.youtube.com/watch?v=nY-YjyugsGA

Leave a Reply

Your email address will not be published. Required fields are marked *