ଭଦ୍ରକ Basuapada ରେ ଦୀର୍ଘ ଚାଳିଶି ଦିନ ଧରି ନାଗୁଣୀକୁ ପାଳି ଆସୁଥିଲେ ଏହି ମହିଳା ଜଣକ ଆଉ ତାପରେ ଯାହା ଘଟିଗଲା…

ଭଦ୍ରକର ଜଳଙ୍ଗ ଗ୍ରାମରୁ ଏକ ଅଦ୍ଭୁତ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ଘରେ ଏକ ନାଗୁଣୀକୁ ଦୀର୍ଘ ଚାଳିଶି ଦିନ ଧରି ଆଶ୍ରୟ ଦେଇଥିଲେ। ଯେତେବେଳେ ନାଗୁଣୀଟି ତାଙ୍କ ଘରେ ଅଣ୍ଡା ଜନ୍ମଦେଇଥିଲା ଏହାପରଠାରୁ ନାଗୁଣୀ ଘର ଲୋକଙ୍କୁ ଘର ଭିତରେ ପଶିବାକୁ ଦେଇନଥିଲା ଓ ଯେତେବେଳେ ସେ ଲୋକଙ୍କୁ ଦେଖୁଥିଲା

କ୍ରୋଧରେ କାମୁଡ଼ିବାକୁ ଚେଷ୍ଟା କରୁଥିଲା। ଏହି ଭୟରେ ଲୋକେ ସେହି ଘର ଭିତରକୁ ପ୍ରବେଶ କରୁନଥିଲେ ଓ ଅନ୍ୟ ଘରେ ରହୁଥିଲେ।ଘର ଭିତରେ ପ୍ରବେଶ କରିନପାରିବାରୁ ଲୋକେ ବ୍ୟସ୍ତ ହୋଇପଡ଼ିଲେ ଓ ସାପକୁ ବାହାର କରିବାପାଇଁ ଭଦ୍ରକ ଜିଲ୍ଲା ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ ଜଣେ

ଅଭିଜ୍ଞ ସାପ ଧରାଳି ଉକ୍ତ ବ୍ୟକ୍ତିଙ୍କ ଗାଁ ରେ ପହଞ୍ଚିଥିଲେ ଓ ସେ ସାପ ରହୁଥିବା ଘର ଭିତରକୁ ପ୍ରବେଶ କରି ସାପକୁ ଖୋଜିଥିଲେ। ପ୍ରଥମେ ସେ ସାପ ଦେଇଥିବା ଅଣ୍ଡାକୁ ଦେଖୁଥିବା ସମୟରେ ନାଗୁଣୀ ହଠାତ ଆସିଗଲା ଓ ସୁସୁ କରି ଗର୍ଜନ କଲା। ସାପ ଧରାଳି ଭୟଭୀତ ହୋଇ ସେଠାରୁ ଚାଲିଆସିଲେ ଓ ସୁରକ୍ଷାକୁ

ଧ୍ୟାନ ଦେଇ ସେ ହାତରେ ଗ୍ଲୋବସ ପିନ୍ଧି ପୁଣି ଭିତରକୁ ପ୍ରବେଶ କଲେ।ଏହାପରେ ସେ ନାଗୁଣୀ ଲାଞ୍ଜକୁ ଧରିଥିଲେ ଓ ଅନ୍ୟ ହାତରେ ଅଣ୍ଡା ଗୁଡିକୁ ଗୋଟାଉଥିଲେ। ନାଗୁଣୀ ଦେଇଥିଲା ୧୫ ଟି ଅଣ୍ଡାରୁ କିଛି ଅଣ୍ଡା ନଷ୍ଟ ହୋଇଯାଇଥିଲା। ସାପ ଧରାଳି ଅଣ୍ଡାରେ ହାତ ମାରୁଥିବାର ଦେଖି ନାଗୁଣୀ କ୍ରୋଧିତ

ହୋଇଗଲା ଓ ବୁଲିପଡ଼ି ସାପ ଧରାଳିଙ୍କ ହାତକୁ କାମୁଡ଼ିଦେଲା, ଗ୍ଲୋବସ ପିନ୍ଧିବା କାରଣରୁ ସାପର ବିଷ ଗ୍ଲୋବସ ଉପରେ ହିଁ ଲାଗିଥିଲା।ଏହାପରେ ଅଣ୍ଡା ଗୁଡ଼ିକୁ ସୁରକ୍ଷିତ ଭାବରେ ସେ ବାକ୍ସ ଭିତରେ ରଖିଥିଲେ ଓ ନାଗସାପକୁ ବ୍ୟାଗ ଭିତରେ ପଶାଇ ନେଇଗଲେ।

Leave a Reply

Your email address will not be published. Required fields are marked *