ଅର୍ଚ୍ଚନା ଦିନେ ବଡ଼ ବଡ଼ ବ୍ୟବସାୟୀ,ନେତା,ବିଲଡର,କଳାକାର, ପ୍ରଯୋଜକ ମାନଙ୍କୁ ଖୁସି ଦେଉଥିଲେ ଆଉ ଏମାନଙ୍କ କଷ୍ଟ କୁ କୁଆଡେ ସେ ରିଲାକସ ଦଉଥିଲେ ଆଉ ଖୁସି ଦେଉଥିଲେ।ଆଉ କୁହା ଯାଉଅଛି ଯେ ଅର୍ଚ୍ଚନା ଉପରେ ନଜର ରଖିଥିଲା ଖଗା।ଆଉ ଏହି କଥାକୁ ସହି ପାରୁନଥିଲା ଜଗବନ୍ଧୁ।ଆଉ ଏହି କଥା ପାଇଁ ଜଗବନ୍ଧୁ ଆଉ ଖଗା ମଧ୍ୟରେ ମର୍ମାନ୍ତର ସୃଷ୍ଟି ହେଇଥିଲା ଝଗଡା ସୃଷ୍ଟି ହେଇଥିଲା।
ହଁ ଦର୍ଶକ ବନ୍ଧୁ ଖାଲି ଜଗବନ୍ଧୁ ଆଉ ଖଗା ନୁହେଁ ଜଗବନ୍ଧୁ ଆଉ ତାଙ୍କ ସ୍ତ୍ରୀ ମଧ୍ୟରେ ମଧ୍ୟ ଝଡ଼ ସୃଷ୍ଟି ହେଇଥିଲା।ପାରିବାରିକ ଝଗଡା କୁ ଯେତେ ଲୁଚେଇଲେ ବି ଏବେ ଜଳ ଜଳ ହେଇ ଦିଶିଲାଣି।କୁହା ଯାଉଛି ଖଗେଶ୍ବର ଙ୍କ ଘର ଖୋର୍ଦ୍ଧା ହଳଦିଆ ଅଞ୍ଚଳରେ।୮ ବର୍ଷ ତଳେ ଭେଟ ହୋଇଥିଲା ଖଗେଶ୍ବରଙ୍କର ଜଗବନ୍ଧୁଙ୍କ ସହିତ।
ଜଗବନ୍ଧୁ ଏକ ସାମାନ୍ୟ ପରିବାର ରୁ ଆସିଥିଲେ ଆଉ ଅର୍ଚ୍ଚନା ମଧ୍ୟ ଏକ ସାମାନ୍ୟ ପରିବାର ରୁ ଆସିଥିଲେ।ଆଉ ସେତେବେଳେ ଜଗବନ୍ଧୁ କୁଆଡେ ଖଗେଶ୍ବର ଙ୍କ ଗାଡ଼ି ସୋରୁମ ରେ କାମ କରୁଥିଲେ।ଆଉ ସୂତ୍ର ରୁ ଜଣା ପଡ଼ିଛି ଅର୍ଚ୍ଚନା ଆଉ ଜଗବନ୍ଧୁ ଙ୍କ ଭିତରେ ଝଗଡା ହେଇଥିଲା କାହାର କାହା ସହ ପଡୁ ନଥିଲା
କିନ୍ତୁ ଉପରେ ଉପରେ ସବୁ ଭଲ ଦିଶୁଥିଲା।୮ ବର୍ଷ ପୂର୍ବେ ଖଗେଶ୍ବର ପାଖରେ ଅଧିକ ସମ୍ପତି ଥିଲା କିନ୍ତୁ ସେତିକି ଜଗବନ୍ଧୁଙ୍କ ପାଖରେ ନଥିଲା କି ଅର୍ଚ୍ଚନା ପାଖରେ ନଥିଲା।ଆଉ ଅର୍ଚ୍ଚନା ମଧ୍ୟ ଧୀରେ ଧୀରେ ଟଙ୍କା ଦେଖି ଖଗେଶ୍ବର ଆଡ଼କୁ ମୁହାଁଇଲା।ଆଉ ଯେତେବେଳେ ଠକ ଅର୍ଚ୍ଚନା ଆଉ ଖଗା ମଧ୍ୟରେ ସମ୍ପର୍କ
ନିବିଡ଼ ହେବାକୁ ଲାଗିଲା ଠିକ ସେତିକିବେଳେ ଠକ ଅର୍ଚ୍ଚନା ଆଉ ଜଗବନ୍ଧୁ ମଧ୍ୟରେ ଫାଟ ସୃଷ୍ଟି ହେଲା,ମନ ମାଳିନୀ ସୃଷ୍ଟି ହେଲା କାହାର କାହା ସହ ପଡ଼ିଲାଣି ଆଉ ତା ପରେ ଖଗେଶ୍ବର ଠକ ଅର୍ଚ୍ଚନା ର ମନ ବୁଝେଇବା ପାଇଁ ଅର୍ଚ୍ଚନା ଙ୍କୁ ଏକ ବି ଏମ ଡବ୍ଲୁ କାର ଉପହାର କରିଥିଲେ।ଆଉ ସେହି କାର କୁ ମଧ୍ୟ ଠକ
ଅର୍ଚ୍ଚନା ଆଉ ସ୍ବାମୀ ଜଗବନ୍ଧୁ ମଧ୍ୟ ଧରିକି ଘୁରି ବୁଲୁଥିଲେ।ଆଉ ସେହି କାର ପାଇଁ ଖଗେଶ୍ବର କିସ୍ତି ଭରୁଥିଲା ଆଉ ଏହି କଥା ଜଗବନ୍ଧୁ ଙ୍କୁ ଅଡୁଆ ଅଡୁଆ ଲାଗୁଥିଲା।ଆଉ ଏବେ ସେହି ଜଗା ଆଉ ଖଗା ତାଙ୍କ ଠକ ଅର୍ଚ୍ଚନା କୁ କେମିତି ବାହାରକୁ ଆଣିବେ ସେ ନେଇ ପ୍ଲାନ ବନାଉଛନ୍ତି।