ନାଗ ସାପକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ Jamila ଲୋକଙ୍କ ଭିଡ଼,ଲୋକେ କହିଲେ ଭଗବାନ ଙ୍କ ସାପକୁ ଛାଡ଼ିଦିଅ…

ବାଲେଶ୍ଵରର ବାଉଁଶକଣା ଗ୍ରାମରେ ଏକ ସାପ ଉଦ୍ଧାରର ଖବର ଭାଇରାଲ ହୋଇ ସାମ୍ନାକୁ ଆସିଛି। ଏହି ଗ୍ରାମରେ ଗୋଟିଏ ନାଗସାପ ମୂଷା ଖାଇବା ଚକ୍କରରେ ଏକ ପାଇଖାନା ଭିତରକୁ ପଶିଯାଇଥିଲା ଓ ସାପଟିକୁ ଲୋକେ ଦେଖିବାପରେ ସେହି ସ୍ଥାନରେ ଭିଡ଼ କରି ଜମା ହୋଇଗଲେ ଓ ସାପଟି ଭୟରେ ବାହାରକୁ ଆସିଲାନାହିଁ।

ଏହି ସମୟରେ ଗ୍ରାମର ଜଣେ ସଚେତନ ବ୍ୟକ୍ତି ଭିଡ଼ ହୋଇଥିବାର ଦେଖି ବନବିଭାଗ ଟିମକୁ ଖବର ପ୍ରଦାନ କରିଥିଲେ।ଖବର ପାଇ ଜଣେ ଅଭିଜ୍ଞ ସ୍ଥାନୀୟ ସ୍ନେକ କ୍ୟାଚର ଆସି ପହଞ୍ଚିଥିଲେ ଓ ସାପକୁ ଉଦ୍ଧାର କରିବାପାଇଁ ଚେଷ୍ଟା କଲେ। ସେ ନିଜର ଷ୍ଟିକ ଜରିଆରେ ସାପକୁ ବାହାରକୁ ଟାଣିଥିଲେ କିନ୍ତୁ ସାପଟି

ବହାରିନଥିଲା। ଏହି ସମୟରେ ସାପଟି ଖାଇଥିବା ମୂଷାକୁ ନିଜ ପେଟ ଭିତରୁ କାଢ଼ିଦେଇଥିଲା ଓ ହାଲକା ହୋଇ ଦ୍ରୁତ ଗତିରେ ଚାଲିଯିବାକୁ ଚେଷ୍ଟା କରୁଥିବା ବେଳେ ସାପ ଧରାଳି ତାଙ୍କ ଲାଞ୍ଜକୁ ଧରିନେଇଥିଲେ ଓ ସାପଟି କୁଆଡ଼କୁ ଯାଇ ପାରିଲାନାହିଁ।ଏହାପରେ ଉକ୍ତ ବ୍ୟକ୍ତି ଜଣକ ସାପଟିକୁ ଗାଁ ମଝିକୁ ଆଣିଥିଲେ

ଓ ଏହା ସମ୍ପର୍କରେ ଲୋକଙ୍କୁ ଜଣାଇଥିଲେ, ଲୋକଙ୍କୁ ଏହି ସାପ କେତେ ଖତରନାକ ଜଣାଉଥିବା ବେଳେ ଗୋଟିଏ ମହିଳା ଆସି କହିଥିଲେ, ଏହି ସାପଟି ହେଉଛି ଠାକୁରଙ୍କ ସାପ ତାକୁ ଛାଡିଦିଅ। ଏଥିରେ ସାପ ଧରାଳି ଜଣକ କହିଥିଲେ, ଦେଖ ମାଉସୀ ଆପଣଙ୍କ କଥାରେ ଯଦି ମୁଁ ଏହି ସାପକୁ ଏଠାରେ ଛାଡ଼ିଦେବି ତାହେଲେ

ଏହି ସାପ ଲୋକଙ୍କୁ କାମୁଡ଼ିପାରେ ଯାହାଦ୍ୱାରା ସାଧାରଣ ଲୋକଙ୍କ ମୃତ୍ୟୁ ହୋଇପାରେ ସେଥିପାଇଁ ମୁଁ ଏହି ସାପକୁ ବଣରେ ଛାଡ଼ିଦେବି ଆଉ ଆପଣ ବ୍ୟସ୍ତ ହୁଅନ୍ତୁନାହିଁ।ଏହାକହି ସେ ସାପକୁ ମୁଣି ଭିତରେ ରଖୁଥିବା ବେଳେ ଅଚାନକ ମୁଣି ଭିତରୁ ସାପ ବାହାରି ଆସିଲା ଓ ସାପଟି ଲୋକଙ୍କ ଆଡ଼କୁ ମାଡ଼ିଗଲା କିନ୍ତୁ ବ୍ୟକ୍ତି ଜଣକ ସତର୍କତାର ସହିତ ପୁଣିଥରେ ସାପକୁ ଧରିନେଇ ଚାଲିଗଲେ।

Leave a Reply

Your email address will not be published. Required fields are marked *