Balasore ରେ ମାଟିଘରେ ଏକାବେଳେ ଲୁଚିଥିଲେ ତିନୋଟି ନାଗସାପ,ଆଉ ଯେବେ ମାଟି ଘର ଭଙ୍ଗ ହେଲା ଯାହା ବାହାରିଲା ଆପଣ ବିଶ୍ୱାସ କରିପାରିବେ ନାହିଁ…

ଭଦ୍ରକରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟି ସାମ୍ନାକୁ ଆସିଛି। ଯେତେବେଳେ ଏଠାରେ ଏକ ଗାଁ ରେ ତିନୋଟି ନାଗସାପ ଏକ ମାଟିଘରେ ପଶି ଯାଇଥିଲେ ଓ ଘରର ମାଟି ସନ୍ତସନ୍ତିଆ ଥିବାରୁ ସାପ ଗୁଡ଼ିକ ମାଟି ଭିତରକୁ ଚାଲିଯାଇଥିଲେ। ଏହାପରେ ଘରଲୋକେ ବାଡ଼ିରେ ସେମାନଙ୍କୁ କେଞ୍ଚି ଦେବାଦ୍ୱାରା ସେମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଥିଲେ

ଓ ତା’ ଦେହରେ କ୍ଷତ ସୃଷ୍ଟି ହୋଇଯାଇଥିଲା।ଘରଲୋକେ ଅନ୍ତତଃ ସେମାନଙ୍କୁ ବାହାର କରିନପାରି ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ଓ ଏଠାରୁ ଜଣେ ଅଭିଜ୍ଞ ସାପ ଧରାଳି ଆସି ଗାଁ ରେ ପହଞ୍ଚିଥିଲେ। ପ୍ରଥମେ ସେ ଦୁଇଟି ସାପକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ପ୍ରଥମ ଦୁଇଟିରୁ ଜଣକ

ଦେହରେ ବହୁତ ଆଘାତ ଲାଗିଥିଲା ଓ ସାପଟି ଦେହରେ ବହୁତସାରା ଖଣ୍ଡିଆ ସୃଷ୍ଟି ହୋଇଥିଲା।ସାପ ଧରାଳି ଜଣକ ଘରଲୋକଙ୍କୁ ପଚାରିଥିଲେ କଣପାଇଁ ଏହି ସାପକୁ ମାରୁଛ। ଏଥିରେ ଉତ୍ତର ଦେଇ ଘରଲୋକେ କହିଲେ, ଘରେ ପଶିଯିବାରୁ ସାପକୁ ବାହାର କରିବାପାଇଁ ଚେଷ୍ଟା କରିଥିଲୁ କିନ୍ତୁ ସାପ ବାହାରିନଥିଲା

ଓ ଅଜାଣତରେ ବାଡ଼ି ବାଜିବା ଦ୍ୱାରା ଏମିତି ହୋଇଯାଇଛି। ସାପ ଦେହରୁ ରକ୍ତ ବାହାରୁଥିବାର ଦେଖି ସାପ ଧରାଳି ସାପଟିକୁ ପାଣିରେ ଧୋଇଦେଲେ ଓ ହଳଦୀ ଲଗାଇ ଏହାଉପରେ କନା ଗୁଡ଼ାଇ ଦେଇଥିଲେ।ଏହାପରେ ସାପ ଧରାଳି ଡ଼ବା ଭିତରେ ସାପ ଦୁଇଟିକୁ ରଖିଦେଇ ଅନ୍ୟ ସାପଟିକୁ ଖୋଜିବାପାଇଁ

ଘର ଭିତରକୁ ପ୍ରବେଶ କରିଥିଲେ। ସେ ସାପଟିକୁ ଘର ଭିତରେ କେଉଁଠି ବି ପାଇନଥିଲେ। ଶେଷରେ ସେ ବାଧ୍ୟହୋଇ ବହୁତ ମାଟି ଖୋଳିବାପରେ ସାପଟି ବାହାରିଥିଲା। ଶେଷରେ ସେ ଲୋକଙ୍କୁ କହିଲେ, ଏହି ସମୟ ହେଉଛି ସାପ ମାନଙ୍କ ମିଳନର ସମୟ ଯଦି ସେମାନଙ୍କୁ ଦେଖୁଛନ୍ତି ତାହେଲେ ତାଙ୍କ ବାଟରେ

ସେମାନଙ୍କୁ ଯିବାକୁ ଦିଅନ୍ତୁ ଓ ଘର ଭିତରେ ପଶିଗଲେ, ସ୍ନେକ ହେଲ୍ପଳାଇନକୁ ଖବର ଦେଇ ସେମାନଙ୍କୁ ରେସକ୍ୟୁ କରାନ୍ତୁ। କାରଣ ଭଗବାନ ତାଙ୍କୁ ମଧ୍ୟ ଏହି ଦୁନିଆରେ ଜନ୍ମ ଦେଇଛନ୍ତି ଓ ସେମାନଙ୍କୁ ମଧ୍ୟ ବଞ୍ଚିବାର ଅଧିକାର ରହିଛି।

https://www.youtube.com/watch?v=HppeuEF5Y_U

Leave a Reply

Your email address will not be published. Required fields are marked *