ଷଷ୍ଠ ଶ୍ରେଣୀରେ ଖେଳ ଆରମ୍ଭ କରିଥିଲେ Archu,ଆଉ ଏବେ ବୟସ ଯେତିକି ବଢ଼ିଲା ସାଥି ସେତିକି ବଢିଲେ…

ଦର୍ଶକ ବନ୍ଧୁ ପାପ କାମରେ ଲିପ୍ତ ଥିବା ଅର୍ଚ୍ଚନାଙ୍କ ଆଉ ଏକ ନୂଆ ଗୁମର ଆମେ କହିବାକୁ ଯାଉଛୁ।ଘଟଣା ହଉଛି ୨୦୦୬ ଆଉ ୨୦୦୭ ମସିହାର ଘଟଣା ଯେତେବେଳେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ଅର୍ଚ୍ଚନା,ଆଉ ସେତିକି ବେଳେ ଅର୍ଚ୍ଚନା ଜଣେ ଯୁବକଙ୍କ ବିରୋଧରେ  ଅଭିଯୋଗ ଆଣିଥିଲେ।ଆଉ ତାପରେ ସରକାରୀ ସ୍କୁଲ ରେ ଶିକ୍ଷୟତ୍ରୀ ଭାବରେ

କାମ କରୁଥିବା ଅର୍ଚ୍ଚନା ଙ୍କ ମା କେସିଙ୍ଗା କୁ ବଦଳି ଯାଇଥିଲେ।ଆଉ ସେବେ ଠାରୁ ଠକ ଅର୍ଚ୍ଚନା କେସିଙ୍ଗା ରେ ରହି ଆସୁଥିଲେ ଆଉ କଥା ହଉଛି ଦର୍ଶକ ବନ୍ଧୁ ଷଷ୍ଠ ଶ୍ରେଣୀରୁ କୁଆଡେ  ଅଭିଯୋଗ ଆଣିଥିଲେ ଅର୍ଚ୍ଚନା ତା ପରେ ସପ୍ତମ,ଅଷ୍ଟମ,ନବମ,ଆଉ ଦଶମ ପାଠ ପଢିଥିଲେ ମାଙ୍କ ପାଖରେ ରହି।

କିନ୍ତୁ ଅର୍ଚ୍ଚନା ଙ୍କ ନିଶା ଆଉ ମାଆଙ୍କ ଆଶା ଥିଲା ଦୁଇଟି ଅଲଗା। ଦଶମ ରେ ପାଠ ପଢୁଥିବା ସମୟରେ କୁଆଡେ ଗାଆଁ ରୁ ରାଗି ଭୁବନେଶ୍ୱର ପଳେଇ ଆସିଲେ ଅର୍ଚ୍ଚନା ଆଉ ରାଜଧାନୀରେ ଦୀର୍ଘ ଦିନ ଧରି ଏକ ବିଉଟିପାର୍ଲର ରେ କାମ କଲା ପରେ ତାଙ୍କୁ ରାଜଧାନୀର ଚାକ ଚକ୍ୟ ବାଇୟା କଲା।

ହେଲେ ଠିକ କାମ ନ କରି ପାପ କାମ କଲେ।ଆଉ ସେ ଯେଉଁ ପାର୍ଲର ରେ କାମ କରୁଥିଲେ ସେଇ ପାର୍ଲର ର ସମ୍ଭ୍ରାନ୍ତ ଘରର ମହିଳା ଓ ଯୁବତୀଙ୍କୁ ଦେଖି ସେ ବି କେମିତି ସେମିତି ଜୀବନ ଜିଁବେ ମନେ ମନେ ଭାବୁଥିଲି ଆଉ ଏଭଳି ଜୀବନ ଜିଁବା ପାଇଁ ସେ ଯେଉଁ ବାଟ ବାଛିଲେ ତାହା ଆଜି ତାଙ୍କୁ ଜେଲ ର ଚାରି କାନ୍ଥ ଭିତରେ ବନ୍ଦୀ କରି ରଖି ଦେଇଛି।

ହଁ ଦର୍ଶକ ବନ୍ଧୁ ମହିଳା ଅର୍ଚ୍ଚନା ଗିରଫ ହେବା ଠାରୁ ତାଙ୍କ ପାପ କାରନାମା ର ତଥ୍ୟ ଖୋଲିବାରେ ଲାଗିଛି।ଅର୍ଚ୍ଚନା ପ୍ରଥମେ ସାବନିରୁ ଗୋରୀ ହେବା ପାଇଁ ଚେଷ୍ଟା କରିଥିଲେ ଆଉ ସେଥିପାଇଁ ସେ ଚେହେରାରେ ପରିବର୍ତ୍ତନ କରିଥିଲେ ଆଉ ସେହି ଚେହେରାରେ ସେ ବଡ଼ ବଡ଼ିଆ ମାନଙ୍କୁ ଫଶାଇ ତାଙ୍କ ସହ ସମ୍ପର୍କ ରଖି ଆଉ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କୁ ସିସି ଟିଭି ରେ ରେକର୍ଡ କରି କରିଥିଲେ ଆଉ ତାଙ୍କ ପାଖରୁ ଟଙ୍କା ଆଣୁଥିଲେ।ହେଲେ ପାପ କାମ ପଡ଼ିଲା ଧରା ଜେଲ ଗଲେ ପାପୀ ଅର୍ଚ୍ଚନା।

Leave a Reply

Your email address will not be published. Required fields are marked *