ଏମିତି BAPA କାହାକୁ ନ ମିଳୁ ବୋଲି କାହିଁକି କହିଲେ ଝିଅ SMANARIKA,ମୋ ବାପା ମୋ ମଥାରୁ ସିନ୍ଦୁର ପୋଛି ଦେବେ ଆଉ ତାପରେ ସେ…

ମୋ ସ୍ବାମୀଙ୍କୁ ବଞ୍ଚାଅ ନହେଲେ ମୋ ବାପା ମତେ ବିଧବା କରିଦେବେ,ମୋ ସ୍ବାମୀଙ୍କୁ ମାରିଦେବେ,ଆମେ ପରସ୍ପରକୁ ଭଳପାଉଥିଲୁ,ପରିବାର ଲୋକଙ୍କୁ ବୁଝାଇ ବିବାହ କରିବାକୁ ନିଷ୍ପତି ନେଇଥିଲୁ,ସବୁ ଯୋଜନା ସରିଥିଲା ହେଲେ ପୂର୍ବ ଶତ୍ରୁତାକୁ ନେଇ ଝଗଡ଼ା ହେଲା।ଏବେ ମୁଁ ଗୁହାରି କରୁଚି ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ।

ସରିଥିଲା ନିର୍ବନ୍ଧ,ଆଉ ସରିଥିଲା ବାହାଘର ତିଥି ବି ସ୍ତିର ହୋଇଥିଲା,ରୀତିନୀତି ଅନୁସାରେ ବର ଦେଇ ଆସିଥିଲା ବରଧର ଆଉ ସାଙ୍ଗରେ ବରଯାତ୍ରୀ ସହ ରୋଷଣୀ ନେଇ ଆସିଥିଲା କନ୍ୟାର ଘରେ,ଭୋଜି ବି ହେଲା ଗଳାରେ ମାଳ ବି ପଡ଼ିଲା ହେଲେ ହାତଗଣ୍ଠି ପଡ଼ିବ ବେଳେ ସୃଷ୍ଟି ହେଇଗଲା ମହାଭାରତ।ଆଉ ବଳିପଡ଼ିଗଲେ ବର ଆଉ କନିଆ।

ହଁ ଦର୍ଶକ ବନ୍ଧୁ ଏଭଳି ଏକ ଘଟଣା ଏବେ ଚର୍ଚ୍ଚାରେ ଅଛି।ଜନ୍ମ କଲା ବାପ ପୋଛିବାକୁ ଚାହୁଁଚି ଝିଅର ସିନ୍ଦୁର ଆଉ ଝିଅ ଖୁସିକୁ ମାଟିରେ ମିଶିବା ବୋଲି ନିଷ୍ପତି ମଧ୍ୟ ନେଇଛି।ଆଉ ଏସବୁ କୁ ସହି ନପାରି ଝିଅ ଏବେ ନିଜ ପରିବାର ବିରୁଦ୍ଧରେ ଅଭିଯୋଗ କରିବ ସହ ମୋ ସ୍ବାମୀଙ୍କୁ ବଞ୍ଚାଇ ଦିଅ ବୋଲି କାନ୍ଦି କାନ୍ଦି ନେହୁରା ହଉଛି।

କିନ୍ତୁ ନିବିଡ଼ ପ୍ରେମ ଆଗରେ ଫିକା ପଡ଼ିଲା ସବୁକିଛି,ସ୍ବାମୀ ପଛେ ପଛେ ପଳାଇ ଆସିଲା ଝିଅ ନିଜ ବାପା ଘର ଛାଡ଼ି।ସାରା ଜୀବନ ପାଇଁ ବାପା ଘର ଛାଡ଼ି ଆସିଲା ଝିଅ,ଆଉ ପୁଅ ଘର ଲୋକ ମଧ୍ୟ ଡେରି ନ କରି ଦି ଜଣକର ବିବାହ କରାଇଲେ।

ହେଲେ ଏତିକି ରେ ବିପଦ ଟଳି ନଥିଲା ଆଜ୍ଞା,ଚଉଠି ରାତି ସରିନି,କିନ୍ତୁ ବାପ ଘର ଲୋକ ର ସମ୍ପର୍କୀୟ ଆସି ବାହାଘର ର ସବୁ ଜିନିଷ ଭଙ୍ଗିଥିଲେ,କଳସ ମଧ୍ୟ ଭାଙ୍ଗିଥିଲେ,ଆଉ ଧମକ ମଧ୍ୟ ଦେଇକି ଚାଲିଯାଇଥିଲେ।ଏହି ବାବଦ କୁ ନେଇ ପୁଅ ଘର ଲୋକ ଅସ୍ତରଙ୍ଗ ଥାନାରେ ଏକ ଅଭିଯୋଗ ମଧ୍ୟ ଦାଖଲ କରିଥିଲେ।ଆଉ ପୋଲିସ ଏବେ ତଦନ୍ତ ଜାରି ରଖିଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ନାନପୁର ଗ୍ରାମର ତ୍ରିନାଥ ବିଶ୍ଵାଳ ଆଉ ସ୍ମରଣିକା ନାମର ଝିଅ ଭିତରେ ଆଜକୁ ପ୍ରାୟ ୭ ବର୍ଷ ହେବ ଗଢିଉଠିଥିଲା ଏକ ସୁନ୍ଦର ସମ୍ପର୍କ,ପରେ ପୁଅ ଝିଅ ଘର ଲୋକଙ୍କୁ ବୁଝାଇ ବାହାଘର ପାଇଁ ରାଜି କରାଇଲେ,ହେଲେ ପୁଅ ଘର ଲୋକ ରାଜିଥିଲେ କିନ୍ତୁ ଝିଅଘର ଲୋକ ରାଜି ନଥିଲେ।

କାଳ କ୍ରମେ ସବୁ କିଛି ଠିକ୍ ଚାଲିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ହାତଗଣ୍ଠି ପଡ଼ିବା ପୂର୍ବରୁ ଆରମ୍ଭ ହେଇଗଲା ମାଡ଼ ପିଟ।କନ୍ୟା ପକ୍ଷ ଭାଙ୍ଗିଦେଲେ ବେଦୀ ଆଉ ପୁଅ ଘର ବରଯାତ୍ରୀ ନେଇ ଫେରିଆସିଲେ।ସମସ୍ତ ଘଟଣା ପରେ ଝିଅ ଆସି ତା ଶଶୁର ଘରେ ବିବାହ କଲା ହେଲେ ବାହାଘରର ଗୋଟିଏ ଦିନ ପରେ ଝିଅ ଘର ଲୋକ ଆସି ଝଗଡ଼ା କରିଥିଲେ ଆଉ ମାରିବା ପିଟିବାର ଧମକ ଦେଇଥିଲେ। ଏବେ ଝିଅ ମିଡିଆ ଆଗରେ ଗୁହାରି କରୁଛି ତା ସ୍ଵାମୀ କୁ ବଞ୍ଚାଇବା ପାଇଁ।

ଝିଅ ଘରର ସମସ୍ତ ଲୋକ ଆସି ପୁଅ ଘରର ପରିବାର ର ସମସ୍ତଙ୍କୁ ବାଡେଇଛନ୍ତି।ଦର୍ଷକବନ୍ଧୁ ସେଇ ବାପାଙ୍କୁ ଆମର ଏତିକି ଅନୁରୋଧ ନିଜ ଝିଅ ର ଖୁସିକୁ ନିଜ ପାରିବାରିକ ଝଗଡ଼ା ପାଇଁ ମାଟିରେ ମିଶାନ୍ତୁ ନାହିଁ।ତେବେ ଦେଖିବାକୁ ରହିଲା ପ୍ରଶାସନ ଆଇନ ଅନୁଯାୟୀ ଏହି ପ୍ରେମୀ ଯୁଗଳଙ୍କୁ କେମିତି ସୁରକ୍ଷା ଦଉଛି।

Leave a Reply

Your email address will not be published. Required fields are marked *