କିପରି ସୃଷ୍ଟି ହେଇଥିଲା Ganga ନଦୀ,କଣ ରହିଛି ଏହା ପଛର ରହସ୍ୟ ଜାଣିଛନ୍ତି କି ଆପଣ

ବାରଣାସୀର ଗଙ୍ଗା କୂଳରେ ରହିଛି ୮୪ ଘାଟ।ବରୁଣା ହେଉଛି ପ୍ରଥମ ଘାଟ ଏବଂ ଶେଷ ଘାଟ ହେଉଛି ଅଶି ଘାଟ।ଏହି ଦୁଇଟି ମିଶି ବାରଣାସୀ ନାମ ହେଇଛି।ଏହା ସହ ହରିଶ୍ଚନ୍ଦ୍ର ଘାଟ ରହିଛି ଯେଉଁଠି ଶବ ସତ୍କାର କରାଯାଏ।ସେହି ପରି ଭାବେ ମଣିକର୍ଣିକା ଘାଟ ମଧ୍ୟ ରହିଛି।ଏଥି ମଧ୍ୟ ଶବ ସତ୍କାର କରାଯାଏ।ହିନ୍ଦୁ ଧର୍ମରେ ଯେଉଁ ବିଶ୍ୱାସ ରହିଛି ପୁରୀରେ ଯେମିତି ସ୍ୱର୍ଗ ଦ୍ଵାରରେ ଶବ ଦାହ କଲେ ସ୍ୱର୍ଗରୋହଣ କରିଥାନ୍ତି

ସେହି ପରି ଭାବେ ବାରଣାସୀର ହରିଶ୍ଚନ୍ଦ୍ର ଘାଟ ଏବଂ ମଣିକର୍ଣିକା ଘାଟରେ ଶବ ଦାହ କଲେ ସ୍ଵର୍ଗାରୋହଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି।ଏହି ସ୍ଥାନରେ ଏକ ସ୍ଵତନ୍ତ୍ରତା ରହୁଛି କି ଯେଉଁ ପାର୍ଥିବ ଶରୀର ଏହି ସ୍ଥାନକୁ ଅଣାଯାଇଥାଏ ରାମ ନାମ ସତ୍ୟ ହେ କହିକି ଆଣିଥାନ୍ତି ଏବଂ ଗଙ୍ଗା ଜଳରେ ତାଙ୍କୁ ସଂପୂର୍ଣ୍ଣ ଭାବେ ବୁଡାଇ ଦେଇଥାନ୍ତି।ଏହା ପରେ ମନ୍ତ୍ର ଜପ କରି ପଥଶ୍ରପ କରିଥାନ୍ତି ଓ ଏହି ସ୍ଥାନରେ ତାଙ୍କୁ ଦାହ କରାଯାଇଥାଏ।

ଏହି ଯେଉଁ ମଣିକର୍ଣିକା ଘାଟ ରହିଛି ଏଠାରେ ଭଗଵାନ ଶିବ ଆସିକରି ସ୍ନାନ କରିଥିଲେ।ପ୍ରଥମେ ଭଗଵାନ ବିଷ୍ଣୁ ଆସିଥିଲେ ଓ ପରେ ଭଗଵାନ ଶିବ ଓ ମାତା ପାର୍ବତୀ ଆସିଥିଲେ।ପଛ ଆଡେ ଏକ କୁଣ୍ଡ ଅଛି।ସେଠାରେ ସେମାନେ ସ୍ନାନ କରିଥିଲେ।ସେ ଯେତେବେଳେ ସ୍ନାନ କରୁଥିଲେ ସେହି ସମୟରେ ଶିବଙ୍କ ମୁଣ୍ଡରେ ଏକ ମଣି ଥିଲା।ତାହା ପାଣିରେ ପଡ଼ି ଯାଇଥିଲା।ବହୁତ ଖୋଜିଲା ପରେ ମଧ୍ୟ ମିଳିଲା ନାହିଁ।

ଏହା ସହ ମାତା ପାର୍ବତୀଙ୍କର କଣିକା ବା କାନ ଫୁଲ ପଡ଼ି ଯାଇଥିଲା।ଏହା ମଧ୍ୟ ମିଳିଲା ନାହିଁ।ଏଥି ପାଇଁ ଏହି ଘାଟ କୁ ମଣିକର୍ଣିକା ଘାଟ କୁହାଯାଏ।ଭଗଵାନ ଶିବ ଯେବେ ସ୍ନାନ ପାଇଁ ଆସୁଥିଲେ ସେତେବେଳେ ସେ ତାଙ୍କ ଅଧିକ ସମୟ ଏହି ସ୍ଥାନରେ ବିତାଉଥିଲେ।ଘାଟ ପାଖରେ ଏକ ମନ୍ଦିର ଅଛି।ମନ୍ଦିର ପଛ ପାଖରେ ଏକ କୁଣ୍ଡ ଅଛି।ସେଠାରେ ଭଗଵାନ ଶିବ ଓ ପାର୍ବତୀ ସ୍ନାନ କରନ୍ତି।

ଆଉ କାଶୀ ବିଶ୍ଵନାଥ ମନ୍ଦିର ବିଷୟରେ କିଛି କୁହନ୍ତୁ।ଏଠାରେ ରାଣୀ ଅହଲ୍ୟବାଇ ଥିଲେ।ପ୍ରଥମେ ସେଠାରେ ଶିବଲିଙ୍ଗ ଥିଲା।ତାକୁ କେହି ସ୍ଥାପନା କରିନଥିଲେ।ଏହା ଆପେ ଆପେ ଆସିଥିଲା।ଏହି ସ୍ଥାନରେ ରାଣୀ ଅହଲ୍ୟାବାଇ ଏକ ମନ୍ଦିର ବନେଇଥିଲେ।ଏହି ମନ୍ଦିର ୮୦୦ କିଲୋଗ୍ରାମ ସୁନାରେ ପ୍ରସ୍ତୁତ ହୋଇଛି।ତେଣୁ ଲୋକମାନେ ତାକୁ ମଧ୍ୟ ସ୍ୱର୍ଣ୍ଣ ମନ୍ଦିର ମଧ୍ୟ କୁହନ୍ତି।

କାଶୀରେ ଥିବା ବିଶ୍ୱନାଥ ମନ୍ଦିରକୁ ଭାରତରେ ଥିବା ୧୨ଟି ଜ୍ୟୋତି ଲିଙ୍ଗ ମଧ୍ୟରେ ଏହାକୁ ମୁଖ୍ୟ ମନ୍ଦିର ଭାବେ ମଧ୍ୟ ନିଆଯାଏ।ପୁରୀରେ ଯେଉଁ ଭଳି କରିଡ଼ର କରାଯାଇଛି ଠିକ ସେହି ଭଳି ମଧ୍ୟ କାଶୀ ବିଶ୍ଵନାଥ ମନ୍ଦିର ଚାରି ପାର୍ଶ୍ୱକୁ ଭାଙ୍ଗି ନୂତନ ଭାବେ ଚାରି ପାର୍ଶ୍ଵରେ ମଧ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *