ଦୀନେଶଙ୍କ Family ଶେଷରେ ଦୀପିକାଙ୍କୁ ତାଙ୍କ ଘରର ବୋହୂ ରୂପରେ ସ୍ଵୀକାର କଲେ,ଆଉ ଦୀପିକା କହିଲେ ଏଥର ପୁଣି ମୁଁ ଆଉ ଦୀନେଶ ଯାଇକି…

Uncategorized

ଗତ କିଛିଦିନ ତଳେ ଦୀନେଶ ଓ ଦୀପିକାଙ୍କ ଖବର ବିଷୟରେ ସାରା ଓଡ଼ିଶା ପରିଚିତ ହୋଇସାରିଲାଣି। କିଛିଲୋକ ଦୀନେଶଙ୍କୁ ସପୋର୍ଟ କରୁଥିବା ବେଳେ କିଛିଲୋକ ଦୀପିକାଙ୍କ ପାଇଁ ଆଗେଇ ଆସିଛନ୍ତି। ବହୁତସାରା ଲୋକେ ଦୀପିକାଙ୍କ ପକ୍ଷ ନେବା ଦେଖାଯାଉଛି। ଏଭଳି ଏକ ସମୟରେ ଦୀପିକାଙ୍କ ପାଇଁ ଏକ ଖୁସି ଖବର ମିଳିଛି। ତାହା କଣ ଆସନ୍ତୁ ଜାଣିବା।

ଦୀର୍ଘ ୫୦ ଦିନ ହୋଇଗଲାଣି ଦୀପିକାଙ୍କୁ ନ୍ୟାୟ ମିଳିପାରିନାହିଁ। ସେ ବାରମ୍ବାର ନ୍ୟାୟ ପାଖରେ ଗୁହାରି କରିବାକୁ ଦେଖିବାକୁ ମିଳୁଛି। ୫୦ ଦିନ ହେବ ସେ ନିଜର ଛୁଆକୁ ଧରି ଦୀନେଶଙ୍କ ଘର ବାହାରେ ରହୁଛନ୍ତି। ଗତକାଲି ଦୀନେଶ ଓ ଦୀପିକାଙ୍କୁ ମହିଳା କମିଶନରଙ୍କ ପାଖରେ ହାଜର ହେବାର ଥିଲା।

ବହୁତ କଷ୍ଟ ଓ ନିଜ ପୁଅକୁ ଜ୍ୱର ହୋଇଥିବା ସତ୍ତ୍ୱେ ମଧ୍ୟ ଦୀପିକା ନିଜ ମାଆ ଓ ଭଉଣୀଙ୍କ ସହିତ ମହିଳା କମିଶନରଙ୍କ ପାଖରେ ହାଜର ହୋଇଥିଲେ କିନ୍ତୁ ଦୀନେଶଙ୍କ କୌଣସି ଦେଖାଦର୍ଶନ ନଥିଲା।ମିଡ଼ିଆଙ୍କ ସାମ୍ନାରେ ଦୀପିକା କହିଥିଲେ କି, ଦୀନେଶ କହୁଥିଲା ସେ କୁଆଡ଼େ ଆଇନର ବହୁତ ସମ୍ମାନ

କରେ କିନ୍ତୁ ମୁଁ ପଡ଼ିଉଠି ବହୁତ ଅସୁବିଧାରେ ଆସି ଏଠାରେ ପହଞ୍ଚିଛି କିନ୍ତୁ ତା’ର ଦେଖାନାହିଁ। ଦୀପିକା ଏହାସହ କହିଥିଲେ, ଦୀନେଶ ମଝିରେ ରାଜି ହୋଇଥିଲା ବିବାହ କରିବାକୁ କିନ୍ତୁ ତାଙ୍କ ମାଆ ତାଙ୍କୁ ପୋଲିସ ଷ୍ଟେସନରେ କଣ କହିଥିଲେ ଯେ, ସେ ଏହାପରେ ନିଜର ମନ ବଦଳାଇ ଦେଇଥିଲେ।

ଦୀପିକା ମିଡ଼ିଆକୁ ଏହାମଧ୍ୟ କହିଥିଲେ ଯେ, କିଛିଦିନ ତଳେ ଦୀନେଶଙ୍କ ଘରକୁ ତାଙ୍କ ଜେଜେଙ୍କ ଭଉଣୀ ଆସିଥିଲେ। ସେ ତାଙ୍କୁ ପଚାରିଥିଲେ ଘରେ ସବୁ କୁଆଡେ ଗଲେ କଣ କେହି ନାହାଁନ୍ତି? ଏଥିରେ ଦୀପିକା ଉତ୍ତର ଦେଇ କହିଥିଲେ, ମୁଁ ଜାଣିନି ମାଆ। ଏହାପରେ ମାଆ ଆସି ମୋ ସହିତ ବସିଥିଲେ ଓ ମୋତେ ବୋହୂ ବୋଲି କହିଥିଲେ

ମାଆ ମୋ ସହ ଫୋଟୋ ଉଠାଇଥିଲେ।ଏଥିରେ ଦୀପିକା କୁହନ୍ତି, ଦୀନେଶଙ୍କ ବନ୍ଧୁବର୍ଗ ଓ ବାକି ସମସ୍ତେ ତାଙ୍କୁ ବୋହୂ ବୋଲି ସ୍ଵୀକାର କରୁଛନ୍ତି କିନ୍ତୁ କଣପାଇଁ ତାଙ୍କ ପରିବାର ଲୋକେ ସ୍ଵୀକାର କରିବାକୁ ନାରାଜ। ଏବେ ଦେଖିବାକୁ ବାକି ରହିଲା ଦୀପିକା କେବେ ନ୍ୟାୟ ପାଇବେ।

Leave a Reply

Your email address will not be published. Required fields are marked *