ଗୋଟିଏ ନେଟ ଜାଲ ଭିତରେ ପଶିଗଲେ Naaga ଆଉ ନାଗୁଣୀ,ଆଉ ବାହାରିବା ପରେ ଯାହା ଘଟିଲା ପୁରା ଗାଁ ରେ ହାହାକାର ହେଇଗଲା…ଦେଖନ୍ତୁ Video

ଉତ୍ତରପ୍ରଦେଶର ପ୍ରୟାଗରାଜ ଅଞ୍ଚଳରୁ ଏକ ଅଦ୍ଭୁତ ନଜାରା ସାମ୍ନାକୁ ଆସିଥିଲା ଯେତେବେଳେ ଦୁଇଟି ନାଗ ଓ ନାଗୁଣୀ ରାତିରେ ସମ୍ଵନ୍ଧ ବନାଇବାକୁ ଯାଉଥିବା ବେଳେ ଏକ ଜାଲ ଭିତରେ ଫସିଗଲେ ଓ ବହୁତ ଚେଷ୍ଟା ପରେ ସେମାନେ ବାହାରକୁ ଯାଇ ପାରିନଥିଲେ ଓ ଅଟକି ଯାଇଥିଲେ। ସକାଳ ହେବାମାତ୍ରକେ ଲୋକେ

ସାପ ଦୁଇଟିକୁ ଜାଲରେ ଫସିଥିବାର ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଓ କଣ କରିବେ ଭାବି ସେମାନଙ୍କ ମନରେ ସ୍ନେକ ହେଲ୍ପଲାଇନକୁ ଖବର ଦେବାର କଥା ସାମ୍ନାକୁ ଆସିଲା। ସାପ ଗୁଡ଼ିକୁ ଜାଲରେ ଛଟପଟ ହେଉଥିବାର ଦେଖି ଲୋକେ ନିଜର ମାନବିକତା ଦେଖାଇ ସ୍ନେକ କ୍ୟାଚରଙ୍କୁ ଯୋଗାଯୋଗ

କରିଥିଲେ।ଖବର ପାଇ ସ୍ନେକ କ୍ୟାଚର ସେଠାରେ ପହଞ୍ଚିଲେ ଓ ପ୍ରଥମେ ପ୍ରୟାଗରାଜ ଭୂମିକୁ ପ୍ରଣାମ କଲେ କାରଣ ସବୁ ତୀର୍ଥ ମାନଙ୍କ ରାଜା ଏହି ପ୍ରୟାଗରାଜ ଅଞ୍ଚଳ ଅଟେ। ଏହାପରେ ସେ ସାପ ଧରିବାକୁ ଗଲେ, ସେ ଦେଖିଲେ ଯେ ଦୁଇଟି ନାଗ ନାଗୁଣୀ ଜାଲ ଭିତରେ ପଡିଯାଉଛନ୍ତି ଓ ବାହାରକୁ ଯିବାକୁ

କଲବଲ ହେଉଛନ୍ତି। ଏହାପରେ ସେ ହାତରେ ଗ୍ଲୋବସ ପିନ୍ଧି ନିଜ କଇଁଚି ଜରିଆରେ ଜାଲ କାଟିଥିଲେ ଓ ପ୍ରଥମେ ନାଗୁଣୀକୁ ଧରିଥିଲେ।ଏହାପରେ ନାଗକୁ ଉଦ୍ଧାର କରିବା ସମୟରେ ସେ ଲୋକଙ୍କୁ ସୂଚନା ଦେଇ କହିଥିଲେ, ଏହା ହେଉଛି ସ୍ପେକ୍ଟକଲ କୋବ୍ରା ଯାହାକୁ ଆମେ ନାଗ ବା ଗୋଖର ସାପ ବୋଲି କହିଥାଉ।

ଏହି ସାପ ବହୁତ ବିଷଧର ହୋଇଥାଏ, ଏବେ ଏମାନଙ୍କ ମିଳନର ସମୟ ହୋଇଥିବା ବେଳେ ଏମାନେ ଚଳପ୍ରଚଳ କରିଥାଆନ୍ତି ଓ ବୋଧହୁଏ ରାତିରେ ମିଳନ ପାଇଁ ଚଳପ୍ରଚଳ କରିବାବେଳେ ଏହି ଜାଲରେ ପଡ଼ିଯାଇଥିଲେ।ଏହାପରେ ସ୍ନେକ କ୍ୟାଚର ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇ କହିଥିଲେ

ଏମିତି ମାନବିକତା ଲୋକଙ୍କ ମଧ୍ୟରେ ରହିବା ଉଚିତ। ସାପକୁ ଦେଖିବାପରେ ତାକୁ ଆଘାତ ନଦେଇ ଆମକୁ ଖବର ଦେଇଥିବାରୁ ଧନ୍ୟବାଦ। ଏହାପରେ ସାପ ଦୁଇଟିକୁ ଧରିନେଇ ସେ ସେଠାରୁ ଚାଲିଯାଇଥିଲେ।

https://www.youtube.com/watch?v=-PW4qhg9tac

Leave a Reply

Your email address will not be published. Required fields are marked *