ରୁଚିକା HOSTEL ରେ ଏପରି କି କାମ କରା ଯାଉଥିଲା ସେଥି ପାଇଁ ସେ ଏହି ଭଳି ନିଷ୍ପତି ନେଲା…

Uncategorized

ଆଜି କାଲି ଅନେକ ସ୍କୁଲ କଲେଜରେ ଅନେକ ପ୍ରକାରର ସିନିଅର ଜୁନିଅର ଭେଦ ଭାବ ଚାଲିଛି।କିନ୍ତୁ ଏହି ଭଳି ମାନସିକ ପାଇଁ ଜଣେ ଛାତ୍ରୀ ଅଘଟଣ କରିଥିଲେ।ଏହା ହେଉଛି ଭୁବନେଶ୍ଵର ବିଜେବି କଲେଜ ଘଟଣା।ଯାହା ଏବେ ବହୁତ ଚର୍ଚ୍ଚାରେ ଅଛି।ଗୋଟିଏ କଥାରେ ଅଛି ଗରିବ ମାଇପ ସମସ୍ତଙ୍କ ଶାଳୀ।ସେ ଝିଅ ଯଦି ଏମଏଲଏ ମନ୍ତ୍ରୀଙ୍କ ଝିଅ ହୋଇଥାନ୍ତା କି କୋଉ ଆଇଏଏସ ଝିଅ ହୋଇଥାନ୍ତା।

ସେତେବେଳେ କଲେଜରେ କ୍ଲାସ ବନ୍ଦ ହୋଇ ସାରନ୍ତାଣି କି ଗେଟରେ ତାଲା ପଡ଼ି ନଥାନ୍ତା। ଗରିବ ଘର ଝିଅଟି ଆଉ ପୁଣି ଏଟା ଗୋଟିଏ ନମ୍ବର ୱାନ କଲେଜ।ଆମେ ପାଠ ପଢିଲା ବେଳେ ମଧ୍ୟ ଏହି କଲେଜ ନାମ ଅଛି। ଏଇଠୁ ଅନେକ ଆଇଏଏସ ଆଇପିଏସ ଅଛନ୍ତି।ଯେହେତୁ ସେ ଆଶା କରି ଆସିଥିଲା

ଏହି ଭଳି କିଛି ହେବ ତେଣୁ ତା ଆଶା ଆଶା ହୋଇ ରହିଗଲା।ତାଙ୍କ ୱାଡେନ କଣ କରୁଥିଲା।ସବୁ କଥା ଜାଣି ପାରିଲା ସେ ଝିଅ ବିଷୟରେ ହେଲେ ସେ ଜାଣି ପାରିଲା ନାହିଁ କି ଝିଅ ଏତେ ଚାପରେ ଅଛି।ଗୋଟିଏ ଝିଅ ଏହି ଭଳି ପଦକ୍ଷେପ କଣ ପାଇଁ ନେବ।ତାକୁ ସେତିକି କଷ୍ଟ ଦେଲେ ବୋଲି ସେ ଏହି ଭଳି କଲା।

ସେ ଏହା ତ ଅର୍ଥ ପାଇଁ କରିନି। ପାଠ ତ ଭଲ ପଢ଼ୁଥିଲା।କିଛି ତ ଅଭାବ ନଥିଲା ସେ କାହିଁକି କଲା।ତେଣୁ ତାଙ୍କ ୱାଡେନଙ୍କୁ ଗିରଫ କରାଯାଉ।ଆଉ ଯେଉଁ ୬ ଜଣ ଝିଅ ଯାଇଛନ୍ତି ତାଙ୍କୁ ପଚରା ଉଚୁରା କରାଯାଉ।ଆଉ ଯେଉଁ କଲେଜ ଚାଲିଛି ତାକୁ ବନ୍ଦ କରି ଏହି ଘଟଣାର ତଦନ୍ତ ହେଉ।ତାଙ୍କର ଯେଉଁ କମିଟି ଥିଲା ସେ କଣ କରୁଥିଲା।

ସେ କଣ ତାଲା ପକାଇଛନ୍ତି ଆମେ ଏବେ ତାଲା ପକାଇ ଦେବୁ।ସକାଳୁ ତାଲା ପକାଇ କଲେଜ ବନ୍ଦ କରି ଦେଲେ ସବୁ ଠିକ ହେଇଯିବ।ଯେହେତୁ ସେ ଗରିବ ଝିଅଟିଏ ଗାଁରୁ ଆସିଥିଲା। ତା ପାଇଁ କେହି ନାହାନ୍ତି କାନ୍ଦିବା ପାଇଁ। ଏମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।ତିନି ଦିନ ହେଲେ ଲୋକ ଭୁଲି ଯିବେ।ଲୋକ ଭୁଲିବା ପାଇଁ ସେ ଏହି ଭଳି କରୁଛନ୍ତି।କହୁଛନ୍ତି ଆମେ କମିଟି କରିଛୁ।ତମର ପୂର୍ବରୁ ଯେଉଁ କମିଟି ଥିଲା ତାହା କୁଆଡେ ଗଲା।ଗୋଟିଏ ବଡ଼ କଲେଜ ନାମରେ ତମେ ଚାଲିଛ।

Leave a Reply

Your email address will not be published. Required fields are marked *