Barapada ରେ ନିଜ ଘରେ ଏକ ନାଗସାପକୁ ପାଳି ଆସୁଥିଲେ ମହିଳା,ଆଉ ସେହି ସାପକୁ ଧରିବା ସମୟରେ ଯାହା ଘଟିଲା,ଦେଖିଲେ ଆପଣ ଡରିବେ..

ଓଡିଶାରୁ ଏକ ଅଦ୍ଭୁତ ନଜାରା ଆମ ସାମ୍ନାକୁ ଆସିଛି ଏଠାରେ ଭଦ୍ରକ ନାମକ ଜିଲ୍ଲାର ଏକ ଗ୍ରାମରୁ ଏହି ଘଟଣା ଘଟି ସାମ୍ନାକୁ ଆସିଛି। ଘଟଣାଟି ହେଉଛି ବହୁତ ସମୟ ହେବ ଜଣେ ମହିଳା ନିଜ ମାଟିଘରେ ଏକ ନାଗସାପ ସହିତ ରହି ଆସୁଥିଲେ। ମହିଳାଙ୍କ ବିଶ୍ବାସ ଥିଲା କି, ସାପଟି ହେଉଛି ନାଗ ଦେବତା ଓ ଏହା ଘରେ ରହିଲେ ଆମ ପାଇଁ ଶୁଭ ଅଟେ।

ସେଥିପାଇଁ ସେ ସାପକୁ ନିଜ ଘରେ ଆଶ୍ରୟ ଦେଉଥିଲେ।କିନ୍ତୁ କିଛିଦିନ ହେବ ସାପଟି ରୋଗାଗ୍ରସ୍ତ ରହିଥିବାର ନଜର ଆସିଲା ଓ ମୁଣ୍ଡ ଉଠାଇ ପାରୁନଥିଲା। ଏଥିରେ ମହିଳା ଜଣକ ଭୟଭୀତ ହୋଇ ଡ଼ରିଗଲେ ଓ ଶେଷରେ ସେ ନିଜ ଗାଁ ଲୋକଙ୍କୁ ଏହି ଖବର ଦେଇଥିଲେ। ଗାଁ ଲୋକେ ଏହା ଜାଣିବାପରେ

ଆଶ୍ଚର୍ଯ୍ୟ ହୋଇଗଲେ ଓ ତୁରନ୍ତ ଏହାର ଖବର ସ୍ନେକ ହେଲ୍ପଲାଇନକୁ ଦେଇଥିଲେ, ଖବର ପାଇ ସ୍ନେକ କ୍ୟାଚର ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ସାପକୁ ରେସକ୍ୟୁ କରିବାପାଇଁ ଘର ଭିତରକୁ ପ୍ରବେଶ କରିଥିଲେ।ଘର ଭିତରୁ ସେ ସାପକୁ ଉଦ୍ଧାର କରି ଆଣିଲେ ଓ ଦେଖିଲେ ଯେ, ସାପଟି ମୁଣ୍ଡକୁ

ଉଠାଇ ପାରୁନାହିଁ ଓ ଏହାପରେ ସେ ସାପର ପାଟିକୁ ଖୋଲି ଦେଇ ଦେଖନ୍ତି ତ ଥଣ୍ଡା ପଡ଼ିବା କାରଣରୁ ଓ ସାପଟି ବହୁତ ଦିନ ଧରି ଘର ଭିତରେ ରହିବା କାରଣରୁ ତା’ ପାଟିରେ ଘା ସୃଷ୍ଟି ହୋଇଛି ଓ ସେ ପାଟି ଖୋଲି ପାରୁନାହିଁ। ଏହାପରେ ସେ ସାପଟି ମୁହଁରେ ପାଣି ଦେଇଥିଲେ ଓ କିଛି ପ୍ରାଥମିକ ଚିକିତ୍ସା

କରି ଏହାକୁ ନିଜ ବ୍ୟାଗ ଭିତରେ ରଖିଥିଲେ।ସାପକୁ ନେଉଥିବା ସମୟରେ ମହିଳା ଜଣକ କାନ୍ଦିଥିଲେ ଓ ସାପ ଧରାଳି ତାଙ୍କୁ ପଚାରିଲେ, ମାଉସୀ କାହିଁକି କାନ୍ଦୁଛ? ଏଥିରେ ମାଉସୀ କହିଥିଲେ ନାଗ ଦେବତାଙ୍କୁ ଛାଡିଦିଅ। ଏଥିରେ ସେ ମାଉସୀଙ୍କୁ ବୁଝାଇ କହିଥିଲେ, ମାଉସୀ ସାପ କେତେବେଳେ ବି ଘର

ଭିତରେ ଆପଣଙ୍କୁ କାମୁଡିପାରେ ତ ମୁଁ ଏହାକୁ ନେଇ ପାହାଳ ପାଖରେ ଥିବା ପାହାଡ଼ ଉପରେ ଏହାକୁ ଛାଡ଼ିଦେବି।

Leave a Reply

Your email address will not be published. Required fields are marked *