ଶେଷରେ Sunita ଶାଶୁ କହିଲେ ସବୁ ସତ,କହିଲେ ସାନ ପୁଅର କିଛିବି ଭୁଲ ନାହିଁ ସେ ଭାଉଜ କୁ ଟିକେ ଅଲଗା ଭାବେ ଆଉ ସେ ଲୁଚି ଲୁହଚି…

ମିଡ଼ିଆ ସାମ୍ନାରେ ଯୁବତୀଙ୍କ ବୋଉ ଦାବି କରି କହିଥିଲେ କି, ତାଙ୍କ ଝିଅ ମରିବା ପଛରେ ଦିଅରର ଭୂମିକା ରହିଛି ଓ ଦିଅର ହିଁ ତାଙ୍କ ଝିଅ ଉପରକୁ ଖରାପ ଦୃଷ୍ଟି ପକାଉଥିଲା। ସେ ବହୁତବାର ଭାଉଜକୁ ନିଜ ସହିତ ଶୋଇବାପାଇଁ ବାଧ୍ୟ କରିଥିଲା। ଯେଉଁଥିରେ ଝିଅ ରାଜି ନହେବାରୁ ସେ ତା’ ତଣ୍ଟି ଚିପି ହତ୍ୟା କରିଦେଇଥିଲା। ଏଥିରେ ମହିଳା ଜଣକ କହିଥିଲେ

ତାଙ୍କ ଝିଅକୁ ଉପଯୁକ୍ତ ନ୍ୟାୟ ମିଳୁ ଓ ଅପରାଧୀକୁ ଫାଶୀ ଦଣ୍ଡ ଦିଆଯାଉ।ଝିଅର ବାପଘରୁ ଏମିତି ପ୍ରତିକ୍ରିୟା ଆସିବାପରେ ମିଡ଼ିଆ ସିଧାସଳଖ ଝିଅର ଶାଶୁ ଓ ଶଶୁରଙ୍କ ପାଖରେ ଯାଇ ପହଁଚିଥିଲା। ମିଡ଼ିଆ ଝିଅର ଶାଶୁଙ୍କୁ ପ୍ରଶ୍ନ କରିଥିଲା ଯେ, ଆପଣଙ୍କ ବୋହୂ ମରିବା ପଛରେ ଆପଣଙ୍କ ସାନପୁଅର ହାତ ଥିବା

ଝିଅର ପରିବାର ଲୋକେ ଅଭିଯୋଗ କରିବାରେ ଲାଗିଛନ୍ତି? ଏଥିରେ ଝିଅର ଶାଶୁ ଉତ୍ତର ଦେଇ କହିଥିଲେ, ତାଙ୍କ ବଡ଼ପୁଅର ଵାହାଘରକୁ ଦେଢ଼ ରୁ ଦୁଇବର୍ଷ ହୋଇଗଲାଣି ଓ ଏଠାରେ ତାକୁ ଆମେ ଝିଅ ଭଳି ଦେଖିଥାଉ।ସାନପୁଅ ଓ ଭାଉଜ ମଧ୍ୟରେ ଥଟାମଜାର ସମ୍ପର୍କ ଥିଲା।। ମହିଳା ଜଣକ କୁହନ୍ତି

ମୁଁ ଫୋନରେ ସେଦିନ କଥା ହୋଇଥିଲି ଓ ମୋ ବୋହୂ ମୋତେ ଭଲରେ କଥାବାର୍ତ୍ତା କରିଥିଲା, “କଣ ଖାଇଲଣି ନା ନାଇଁ ପଚାରିଥିଲା। ମୁଁ ମଧ୍ୟ ତାକୁ କହିଥିଲି, ଝିଅ ତୋ ପେଟରେ ଚାରିମାସର ପିଲା ଅଛି ଆଉ ତୁ ଜମାରୁ ଉପାସ ରହିବୁନାହିଁ। ସେ କହିଥିଲା, ହଁ ମୁଁ ଏବେ ଫଳ ଖାଇଛି ଓ ତୁମ ଦୁଇପୁଅ ବଜାର ଯାଇଛନ୍ତି

ସେମାନେ ଆସିଲେ ମୋ ପାଇଁ ଦୋଷା ଆଣିବେ ଓ ମୁଁ ଖାଇବି।ଏତିକି କଥାବାର୍ତ୍ତା ମୁଁ ମୋ ବୋହୂ ସହିତ ହୋଇଥିଲି। ଏହାପରେ ମୋ ଦୁଇପୁଅ ଘରକୁ ଆସି ଦେଖନ୍ତି ତ ଭିତରେ ସେ ଆତ୍ମହତ୍ୟା କରିଦେଇଛି। ସେ ଆତ୍ମହତ୍ୟା କାହିଁକି କଲା ଓ କଣପାଇଁ କଲା ଏଯାବତ ଜଣାପଡ଼ିନାହିଁ। ପୋଲିସ ପାଖରେ

ଏହି ଖବର ପହଞ୍ଚିବାପରେ ସେମାନେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ଓ ବହୁତ ଜଲଦି ଏହାର ସମାଧାନ ହେବ ବୋଲି ପୋଲିସ ଆଶ୍ୱାସନା ଦେଇଛି।

Leave a Reply

Your email address will not be published. Required fields are marked *