ନିଜର ପରିପାଟୀ ନେଇ କଣ କହୁଛନ୍ତି ଶାଶ୍ଵତ ଯୋଶୀ (SHASWAT JOSHI) ମୋ ବେଶକୁ ନେଇ ପ୍ରଶ୍ନ ଉଠୁଛି,ମୁଁ ପ୍ରମାଣ କରିସାରିଛି ଯେ ମୁଁ…

ଶାଶ୍ଵତ ଯୋଶୀ,ମୁଁ ତା ପ୍ରମାଣ କରିସାରିଛି ମୁଁ କଣ କାରଣ ମୋର ଗୋଟିଏ ଝିଅ ହେଇ ସାରିଛି ମୁଁ ବାହାଘର ହେଇ ସାରିଛି।ମୁଁ ସମାଜ ଆଗରେ କହି ସାରିଛି ସବୁ କିଛି ଆଉ ଯଦି ମୋର ବେଶ ପୋଷାକ କୁ ନେଇକି ଯଦି ଆପଣଙ୍କ ସନ୍ଦେହ ହଉଛି ତାହେଲେ ସେଇଟା ଆପଣଙ୍କ ସମସ୍ୟା ମୋର ନୁହଁ।ମୁଁ ହଉଛି ଗୋଟେ କଳାକାର ଆଉ କଳାକାରର ଅନେକ ରୂପ ଥାଏ

କେତେବେଳେ ସେ ଝିଅ ହେଇକି ନାଚେ ତା ଆଉ କେତେବେଳେ ସେ ପୁଅ ହେଇକି ନାଚେ।ଆଉ ମୁଁ ପଚାରୁଛି ଏଥିରେ ସନ୍ଦେହ ଆସୁଛି କଣ ପାଇଁ ଆଉ ଏହା ହଉଚି ମୋର ଇଚ୍ଛା କି ମୁଁ କଣ ପିନ୍ଧିବି ନା ପିନ୍ଧିବି,ଏଥିରେ ଲୋକଙ୍କ କଣ ପାଇଁ ପ୍ରଶ୍ନ ଆସୁଛି।ଆଉ ମୁଁ ଉତ୍ତର କାହାକୁ ଦେବିନାହିଁ କାରଣ ମୁଁ ଯଦି ଉତ୍ତର

ଦେବୀ ତା ହେଲେ ମୋର ଅସ୍ତିତ୍ଵ କଉଠୁ ରହିବ।ଏହା ସୂତନ୍ତ୍ର ମୋର ଇଚ୍ଛା ମୁଁ ଯାହା ପିନ୍ଧେ କିମ୍ବା ଯାହା କରେ।ଏଥିରେ କାହାରି ମନରେ ସନ୍ଦେହ ଅସିବା କଥା ନୁହଁ।ଆଉ ଗୋଟିଏ କଥା କି ଲୋକ ମତେ ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରେଟି ଭାବରେ ଗଣୁଛନ୍ତି ଆଉ ତାହା କେବଳ ଏଇଥିପାଇଁ ଯେ ମୋର କ୍ରିଏଟିଭିଟି ପାଇଁ।

ମୁଁ ଓଡ଼ିଶାକୁ ସବୁଠୁ ଉଚ୍ଚରେ ଦେଖିବା ପାଇଁ ଚାହୁଁଚି ଓଡ଼ିଶାର ସମସ୍ତ କଳା ଓ ପରମ୍ପରା କୁ ଉପରକୁ ନେବାକୁ ଚାହୁଁଛି।ସେଥିପାଇଁ ଲୋକ ମତେ ଉତ୍ସାହିତ କରିବାକଥା କିନ୍ତୁ ସେ ସେଟା କରୁନାହାନ୍ତି।ଅଲଗା ମୋ ଉପରେ ପ୍ରଶ୍ନ କରୁଛନ୍ତି।ଆଉ ମୁଁ ଯଦି ପଇସା ପାଇବି ତାହେଲେ ତ ନାଇଁ ମୋ ସହ ଯେଉଁମାନେ କାମ କରୁଛନ୍ତି

ସେମାନେ ପଇସା ପାଇବେ ଆଉ ୭୦, ୮୦ ଟା ଘର ଚାଲିବ।ଆଉ ସେଇଥି ପାଇଁ ମୁଁ ମାଗଣାରେ କାମ କରେନାହିଁ।ଯିଏ ପରିଶ୍ରମ କରୁଛି ତାକୁ ପ୍ରାପ୍ତି ମିଳିବ ନିହାତି ଜରୁରୀ ଅଟେ।

Leave a Reply

Your email address will not be published. Required fields are marked *