ୟୁପିଏସ୍ ସି ପରୀକ୍ଷା ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟେ ଅଟେ, ୟୁପିଏସ୍ ସି ର ଫୁଲଫର୍ମ ଅଟେ ପବ୍ଲିକ୍ ସର୍ଭିସ୍ କମିଶନ୍, ସବୁବର୍ଷ ଦେଶସାରା ଲକ୍ଷାଧିକ ଯୁବା ଆଶାର୍ଥୀ ଏହି ପରୀକ୍ଷା ଦେଇଥାନ୍ତି , ତାଙ୍କର ସ୍ୱପ୍ନ ହୋଇଥାଏ କି ସେ ଭଲ ନମ୍ବରର ଏହି ପରୀକ୍ଷାକୁ ଉତ୍ତିର୍ଣ୍ଣ କରନ୍ତୁ ଓ ଆଇଏଏସ୍ କିମ୍ବା ଆଇପିଏସ୍ ପଦ ହାସିଲ୍ କରିପାରିବେ, କିନ୍ତୁ ବହୁତ ସାରା ଲୋକ ଏମିତି ହୋଇଥାନ୍ତି , ଯାହାଙ୍କୁ ଆଇଏଏସ୍ ଓ ଆଇପିଏସ୍ ମଧ୍ୟରେ ଫରକ ଜଣାନଥାଏ , ସେ ଦୁହେଁ ପଦକୁ ସମାନ ଭାବିଥାନ୍ତି , ଏମିତିରେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଆଇଏଏସ୍ ଓ ଆଇପିଏସ୍ ବିଷୟରେ କହିବୁ ଦୁହେଁଙ୍କ ମଧ୍ୟରେ କେଉଁ ପଦ ଅଧିକା ଶକ୍ତିଶାଳୀ ।ସବୁଠାରୁ ପ୍ରଥମ କଥା ହେବା ଆଇଏଏସ୍ ତେବେ ଏହାର ଫୁଲ ଫର୍ମ ହେଲା ଇଣ୍ତିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ୍, ,ଆଇଏଏସ୍ ପରୀକ୍ଷା କ୍ଲିଅର୍ କରିବା ପରେ ଆପଣ ବ୍ୟୁରୋକ୍ରେସି ରେ ପ୍ରବେଶ କରନ୍ତି , ଯେଉଁ ଲୋକଙ୍କୁ ଆଇଏଏସ୍ ପାଇଁ ମନୋନିତ ହୋଇଥାଏ ,ତାଙ୍କୁ ବିଭିନ୍ନ ମନ୍ତ୍ରାଳୟରେ ଜିଲ୍ଲାର ମୁଖିଆ ଭାବେ ପଦ ଦିଆଯାଏ ।
ସେମିତି କଥା ହେବା ଆଇପିଏସ୍ ତ ଏହାର ଫୁଲ ଫର୍ମ ଇଣ୍ତିଆନ୍ ପୋଲିସ୍ ସର୍ଭିସ୍ ହୋଇଥାଏ , ଯାହାର୍ ଜରିଆରେ ଆପଣ ପୋଲିସ୍ ୟୁନିଟ୍ ରେ ଆସୁଥିବା ଅଫିସରଙ୍କ ମଧ୍ୟରେ ସାମିଲ୍ ହୋଇପାରିବେ , ଏଥିରେ ଆପଣଙ୍କୁ ଟ୍ରେନି ଆଇପିଏସ୍ ରୁ ଡିଜିପି କିମ୍ବା ଇଣ୍ଟେଲିଜେନ୍ସ ବ୍ୟୁରୋ, ସିବିଆଇ, ଚିଫ୍ ପର୍ଯ୍ୟନ୍ତ ପହଞ୍ଚିପାରିବେ , କହିଦେବୁ କି ୟୁପିଏସ୍ ସି ପରୀକ୍ଷାରେ ତିନୋଟି ଲେବୁଲ୍ ଥାଏ ଯଥା- ପ୍ରିଲିମ୍ସ, ମେନ୍ସ, ଓ ଇଣ୍ଟରଭ୍ୟୁ । କହିଦେବୁ କି ଆଇଏଏସ୍ ସବୁବେଳେ ଫର୍ମାଲ୍ ଡ୍ରେସରେ ରହିଥାନ୍ତି , ଓ ତାଙ୍କର କିଛି ଡ୍ରେସ୍ କୋଡ୍ ନଥାଏ, ସେମିତି ଆଇପିଏସ୍ ସବୁବେଲେ ଡ୍ୟୁଟି ସମୟରେ ବର୍ଦୀ ପିନ୍ଧିବା ଅନିର୍ବାର୍ଯ୍ୟ ଅଟେ, ଆଇଏଏସ୍ ନିଜ ସହ ଜଣେ କିମ୍ବା ଦୁଇଟି ବଡିଗାର୍ଡ ରଖିପାରିବେ , କିନ୍ତୁ ଗୋଟେ ଆଇପିଏସ୍ ସହ ପୋଲିସ୍ ଫୋର୍ସ ଚାଲିଥାଏ, ଆଇଏଏସ୍ ଅଫିସର୍ ହେଲେ ଆପଣ ମେଡାଲ୍ ଦ୍ୱାରା ସମ୍ମାନିତ୍ କରାଯାଏ , କିନ୍ତୁ ଆଇପିଏସ୍ କୁ ସ୍ୱାର୍ଡ ଅଫ୍ ହନର୍ ଆୱାର୍ଡ ମିଳିଥାଏ ।ଜଣେ ଆଇଏଏସ୍ କାନ୍ଧରେ ଲୋକ ପ୍ରଶାସନ ଓ ନୀତି ନିର୍ମାଣ ଓ କାର୍ଯ୍ୟ କରିବାର ଦାୟିତ୍ୱ ହୋଇଥାଏ, ଓ ଆଇପିଏସ୍ ଆଇନ୍ ବ୍ୟବସ୍ଥା ଠିକ୍ ରଖିବା ଓ କ୍ଷେତ୍ରରେ ଅପରାଧ ରୋକିବାରେ ଦାୟିତ୍ୱ ନେଇଥାଏ ।
ଏକ ଆଇଏଏସ୍ ଅଫିସର୍ ସରକାରୀ ବିଭାଗ ଓ ବହୁତ ମନ୍ତ୍ରାଳୟରେ କାର୍ଯ୍ୟ ସଂମ୍ଭାଳିଥାନ୍ତି , ଓ ଆଇପିଏସ୍ ପୋଲିସ୍ ବିଭାଗର କାମ କରିଥାଏ , ତେବେ ସବୁ କଥାକୁ ଧ୍ୟାନ ରଖି ତାଙ୍କ ସ୍ୟାଲେରି ନିର୍ଦ୍ଧାରିତ ହୋଇଥାଏ, କଥା କହିବା ସ୍ୟାଲେରୀ ତେବେ ଆଇଏଏସ୍ କୁ ଆଇପିଏସ୍ ରୁ ଅଧିକା ପଇସା ମିଳିଥାଏ, ସପ୍ତମ ପେ କମିଶନ୍ ପରେ ଏକ ଆଇଏଏସ୍ ବେତନ ୫୬,୧୦୦ ରୁ ୨,୫ ଲକ୍ଷ ପ୍ରତି ମାସ ହୋଇଥାଏ , ତାହା ସହ ବହୁତ ସୁବିଧା ଦିଆଯାଏ । ସେମିତି ଏକ ଆଇପିଏସ୍ ଅଫିସରଙ୍କ ସ୍ୟାଲେରି ପ୍ରତିମାସ ୫୬,୧୦୦ ରୁ ନେଇକରି ୨,୨୫ଲକ୍ଷ ହୋଇଥାଏ, ତାହା ସହ ଏହା ଜାଣିବା ଜରୁରୀ କି ଏକ କ୍ଷେତ୍ରରେ ଜଣେ ହିଁ ଆଇଏଏସ୍ ହୋଇଥାନ୍ତି
ଯେବେ କି ଗୋଟେ କ୍ଷେତ୍ରରେ ଅଧିକା ଆଇପିଏସ୍ ରହିପାରିବେ , କଥା ହେବା ପଦାନୁକ୍ରମର ତ ଏଥିରେ ଆଇଏଏସ୍ ଉପରେ ହୋଇଥାଏ , କହିଦେବୁ କି ଆଇଏଏସ୍ କେଉଁ ବି ଜିଲ୍ଲାର ଡିଏମ୍ ହୋଇପାରିବେ , ସେମିତି ଏକ ଜିଲ୍ଲାରେ ଆଇପିଏସ୍ କୁ ଏସ୍ ପି କୁହାଯାଏ । ସେମିତି ଏହି ଦୁହେଁ ଉଚ୍ଚ କୋଟିର ଅଫିସର୍ ହୋଇଥାନ୍ତି, କିନ୍ତୁ ଗୋଟେ ଡିଏମ୍ ରୁପରେ ଆଇଏଏସ୍ ର ପାୱାର୍ ଅଧିକା ହୋଇଥାଏ, ସେମିତି ଗୋଟେ ଆଇପିଏସ୍ କେବଳ ନିଜ ବିଭାଗର ଦାୟିତ୍ୱ ସଂମ୍ଭାଳିଥାନ୍ତି , ଡିଏମ୍ ରୁପରେ ଆଇଏଏସ୍ ପୋଲିସ୍ ବିଭାଗର ସହ ଅନ୍ୟ ବହୁତ ବିଭାଗର ବି ହେଡ୍ ହୋଇଥାଏ ।