ବେତାଜ Badshah ମିହିର ଦାସଙ୍କୁ ହରାଇ ଆଜି ଝୁରୁଛି ଓଡ଼ିଶା,ଫେରିଆସ ମିହିର

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସିଥିବା ଏହି ବହୁତ ବଡ଼ ଦୁଃଖଦ ଖବର ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୁର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ବରିଷ୍ଠ ଅଭିନେତା ମିହିର ଦାସଙ୍କ ମୃତ୍ୟୁ କଥା ବିଷୟରେ ଜାଣିଥିବେ।ଓଡ଼ିଆ ସିନେ ଜଗତର ସୁପର ଷ୍ଟାର ମିହିର ଦାସ ଆଉ ନାହାନ୍ତି।ସମସ୍ତିଙ୍କୁ ପର କରି ପରଲୋକରେ ଏବେ ଅଭିନୟ ସମ୍ରାଟ।

ରୂପେଲି ପରଦାରେ ସୁନେଲି ଅଭିନୟରେ ଦର୍ଶକ ମାନଙ୍କୁ ମଧୁଆଲା କରୁଥିବା ଏହି ଅମର ରାଜା ଆଜି ନିଘୋଡ଼ ନିଦରେ।ନା ଆଉ ସୁଭିବ ଡାଇଲଗ ନା ହଲରେ ଝରିବ ଲୁହ ନା ସୁଭିବ ହ୍ବିସିଲ ସାଙ୍ଗକୁ ତାଳି।ବର୍ଷ ପରେ ବର୍ଷ ଏବଂ ପିଢ଼ି ପରେ ପିଢ଼ି ପ୍ରାୟ ଚାରି ଦଶନ୍ଧି ହେବ ଦର୍ଶକଙ୍କ ମନରେ ରାଜ କରି ଆସୁଥିଲେ ମହାନାୟକ ମିହିର ଦାସ।କେବେ କମେଡିରେ ଖିଲିଖିଲି ହସ ତ କେବେ ଦୁର୍ଦ୍ଦଶ ଖଳନାୟକତ ଆଉ କେବେ ଲୁହ ଆଉ କାନ୍ଦରେ ହାହାକାର ଆଣୁଥିବା ମିହିର ଆଜି ଏ ପାରିରୁ ଚାଲିଗଲେ ଆର ପାରିକୁ।

ସାଧାରଣ ପରିବାରରୁ ସଫଳ ଏବଂ ଅସାଧାରଣ କାହାଣୀ ସୃଷ୍ଟି ହୁଏ।।ମିହିର ଥିଲେ ଏହାର ସବୁଠାରୁ ବଡ଼ ଉଦାହରଣ।ଆକାଶ ବାଣୀରୁ କ୍ୟାରିଅର ଆରମ୍ଭ କରି ମଞ୍ଚରେ କମାଲ ଦେଖାଇଥିଲେ ମିହିର।ଏହାପରେ ଆଉ ସେ ପଛକୁ ଫେରି ଚାହିଁନାହାନ୍ତି।କ୍ୟାରିଅର ଯେତିକି ସଫଳ ସେତିକି ସ୍ୱର୍ଣ୍ଣିମ।ଅଭିନୟ କଳାରେ ଏହି ଭୋଳାଶଙ୍କର ଥିଲା ପରିପୂର୍ଣ୍ଣତା।

ସତେ ଯେମିତି ଅଭିନୟ ପାଇଁହିଁ ତାଙ୍କର ଜନ୍ମ।ସ୍କ୍ରିନକୁ ଓହ୍ଲାଇବା ମାତ୍ରେ ଦର୍ଶକଙ୍କ ମନରେ ମିହିର ଭରିଦେଉଥିଲେ ରୋମାଞ୍ଚ।ସବୁ ଚରିତ୍ରକୁ ନିଖୁଣ ଭାବରେ ଫୁଟାଇ ପାରୁଥିଲେ ଏହି ସୁପର ଷ୍ଟାର।ତରୁଣ ଅଭିନେତାଙ୍କ ପାଇଁ ମିହିର ଥିଲେ ରୋଲ ମଡେଲ।କାହାପାଇଁ ସେ ସୁପର ଷ୍ଟାର ତ କାହା ପାଇଁ ଅଲ ଟାଇମ ଫେବରେଟ।ସିନେ ପରଦାରେ ଯେତିକି କନ୍ଦାଇଛନ୍ତି ସେତିକି ହସାଇଛନ୍ତି ମଧ୍ୟ।

ପୁଅ ମୋର ଭୋଳାଶଙ୍କର, ସମୟ ହାତରେ ଡୋରି, କୁଳନନ୍ଦନ, ସ୍ତ୍ରୀ, ରାଖୀ ବାନ୍ଧିଲି ମୁଁ ରଖିବ ମାନ, ପଞ୍ଜୁରୀ ଭିତରେ ଶାରୀ, ସୁନାର ସଂସାର, ଗଙ୍ଗା ଯମୁନା, ନାରୀ ନୁହେଁ ତୁ ନାରାୟଣୀ, ମାଆ ପରି କିଏ ହେବ, ଭାଇ ହେଲା ଭଗାରୀ, ସମୟ ଚକରେ ସଂସାର ରଥ, ସମୟ ଖେଳୁଛି ଚକାଭଉଁରି, ଫେରିଆ ମୋ ସୁନା ଭଉଣୀ, ହିସାବ କରିବ କାଳିଆ ଏବଂ ଅଭିମନ୍ୟୁ ଭଳି ଅନେକ ସିନେମାରେ ନିଜର ଚାମତ୍କାର ଅଭିନୟର ଯାଦୁଗରୀରେ ଜିତିଛନ୍ତି ଦର୍ଶକ ମାନଙ୍କ ଲକ୍ଷ ଲକ୍ଷ ହୃଦୟ।ବର୍ତ୍ତମାନ ସାରା ଓଡ଼ିଶା ଝୁରୁଛି ଏବଂ କାନ୍ଦୁଛି।

Leave a Reply

Your email address will not be published. Required fields are marked *