ଇନ୍ଦୋରରେ ସଲିମ୍ ଖାନ୍ ଙ୍କୁ ମିଳିଥିଲା ଏହି ଗିଫ୍ଟ,ତାପରେ ଏପରି ଭାବେ ରାତାରାତି ଚମକିଗଲା Salman Khan ଙ୍କ ଭାଗ୍ୟ

ସୁପରଷ୍ଟାର୍ ସଲମାନ୍ ଖାନ୍ ବଲିଉଡ୍ ଇଣ୍ତଷ୍ଟ୍ରିର ଏକ ଖାସ୍ ପରିଚୟ ରଖନ୍ତି, ସଲମାନ୍ ଖାନ୍ ଙ୍କ ଫ୍ୟାନ୍ ଫଲୋଇଙ୍ଗ୍ ଜବରଦସ୍ତ ଅଟେ, ତାଙ୍କ ଫ୍ୟାନ୍ସ ତାଙ୍କର ଏକ ଝଲକ ଦେଖିବାକୁ ଅପେକ୍ଷା କରିବସନ୍ତି, ସଲମାନ୍ ଖାନ୍ ଙ୍କ ଫିଲ୍ମକୁ ନେଇକରି ଫ୍ୟାନ୍ସଙ୍କ ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳେ, ସେମିତି ତାଙ୍କ ପସନ୍ଦିନ୍ଦା ଅଭିନେତାଙ୍କ ଏକ ଝଲକ ଦେଖିବାକୁ ସେ ଅପେକ୍ଷା କରି ବସନ୍ତି, ୧୯୮୯ ରେ ରିଲିଜ୍ ହୋଇଥିବା ମୈନେ ପ୍ୟାର୍ କିୟା ଜରିଆରେ ବଲିଉଡ୍ ରେ ପାଦ ଥାପିଥିବା ସଲମାନ୍ ଖାନ୍ ବହୁତ ସୁପରହିଟ୍ ଫିଲ୍ମରେ କାମ କରିସାରିଛନ୍ତି, କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି କି ସଲମାନ୍ ଖାନ୍ ସୁପରଷ୍ଟାର୍ ହେବାର ରାଜ୍ ତାଙ୍କ ହାତରେ ଅଛି, ହଁ ଆଜ୍ଞା, ଆପଣ ଦେଖିଥିବେ କି ସଲମାନ୍ ଖାନ୍ ବହୁତଥର ନିଜ ହାତରେ ବ୍ରେସଲେଟ୍ ଫିରୋଜି କଲରର ପିନ୍ଧିଥିବାର ନଜର ଆସନ୍ତି

ସଲମାନ୍ ଖାନ୍ ଙ୍କ ଏହି ଦାମିକା ବ୍ରେସଲେଟ୍ ତାଙ୍କ ମୁଲ୍ୟବାନ ଜିନିଷରୁ ଗୋଟେ ଅଟେ, ସେ ତାକୁ ଲକି ଚାର୍ମ ମାନି ଚଳନ୍ତି, ଆସନ୍ତୁ ଜାଣିବା କଣ ଅଛି ସଲମାନ୍ ଙ୍କ ସହ୍ ଏହି ବ୍ରେସଲେଟ୍ ର କନେକକ୍ସନ୍ । ରିପୋର୍ଟରୁ ଜଣାଯାଏ କି ସଲମାନ୍ ଖାନ୍ ନିଜ ହାତରେ ଏହି ବ୍ରେସଲେଟ୍ ନିଜ ବାପା ସଲିମ୍ ଖାନ୍ ଙ୍କ ପାଇଁ ପିନ୍ଧନ୍ତି, ସଲମାନ୍ ଙ୍କ ବାପା ସଲିମ୍ ଖାନ୍ ଙ୍କୁ ଏହି ବ୍ରେସଲେଟ୍ ତାଙ୍କ ଭାଇ ଇନ୍ଦୋରରୁ କିଣିଦେଇଥିଲେ, ସେମିତି ଏହା ସଲିମ୍ ଖାନ୍ ଙ୍କୁ ଉପହାରରେ ମିଳିଥିଲା, କିନ୍ତୁ ଯେବେ ସଲମାନ୍ ଙ୍କ ଫିଲ୍ମ ଲଗାତାର୍ ପ୍ଲପ୍ ହେଉଥିଲା, ତେବେ ସଲିମ୍ ଖାନ୍ ସଲମାନ୍ ଙ୍କୁ ଏହି ବ୍ରେସଲେଟ୍ ପିନ୍ଧିବାକୁ ଦେଇଥିଲେ, ପ୍ରଥମେ ସେ ବ୍ରେସଲେଟ୍ ପିନ୍ଧିବାକୁ ମନାକରିଥିଲେ, ଏହାପରେ ସେ ବାପାଙ୍କ କହିବା ଅନୁଯାୟୀ ବ୍ରେସଲେଟ୍ ପିନ୍ଧିଥିଲେ ।

ବ୍ରେସଲେଟ୍ ପିନ୍ଧିବା ଦ୍ୱାରା ଏମିତି ହେଲାକି ସଲମାନ୍ କ୍ୟାରିୟରରେ ଶିଖର୍ ଛୁଇଁବାକୁ ଲାଗିଲେ, ଯାହାପାଇଁ ସେ ଆଜି ପର୍ଯ୍ୟନ୍ତ ନିଜ ହାତରୁ ଏହି ବ୍ରେସଲେଟ୍ କେବେ ବାହାର କରନ୍ତି ନାହିଁ, ସଲମାନ୍ ଙ୍କୁ ୨୦୦୩ ରେ ଆସିଥିବା ଫିଲ୍ମ ତେରେ ନାମ୍ ରେ ଏହି ବ୍ରେସଲେଟ୍ ପିନ୍ଧିଥିଲେ, ଏହାପରେ ଆଉ ଏକ ଫିଲ୍ମ ପରେ ଆସିଲା ତାହା ସୁପରହିତ୍ ହେଲା, ଏହି ବ୍ରେସଲେଟ୍ ର ଏମିତି ଜାଦୁ ରହିଲା କି ସେ ଆଗକୁ ବଢିଚାଲିଲେ, ଓ ସେ ଏହାକୁ ପିନ୍ଧିକରି ରହିଲେ । ରିପୋର୍ଟରୁ ଜଣାଯାଏ କି ସଲମାନ୍ ଙ୍କ ଏହି ବ୍ରେସଲେଟ୍ ଥରେ ହଜିଯାଇଥିଲା, ଯାହାପରେ ସଲମାନ୍ ଖାଇବା ପିଇବା ଛାଡିଦେଇଥିଲେ, ଏହାପରେ ସଲମାନ୍ ଙ୍କୁ ଏହି ବ୍ରେସଲେଟ୍ ତାଙ୍କ ସୁଇମିଙ୍ଗ୍ ପୁଲ୍ ପାଖରୁ ମିଳିଲା ।

କହିଦେବୁ କି ସଲମାନ୍ ଖାନ୍ କେବଳ ନୁହେଁ ତାଙ୍କ ଫ୍ୟାନ୍ସ ବି ଏହି ବ୍ରେସଲେଟ୍ ପାଇଁ ବହୁତ କ୍ରେଜ୍ ଅଛି, ସେ ଏହି ବ୍ରେସଲେଟ୍ ର କପି ପିନ୍ଧୁଛନ୍ତି, ଓ ଏହା ମାର୍କେଟ୍ ରେ ଅଧିକା ବିକ୍ରି ବି ହେଉଛି, କହିଦେବୁ କି ସଲମାନ୍ ଖାନ୍ ଙ୍କ ଜନ୍ମ ମଧ୍ୟପ୍ରଦେଶର ଇନ୍ଦୋରରେ ହୋଇଥିଲା, ତାଙ୍କ ଭାଇ ଭଉଣୀଙ୍କ ଛୁଆବେଳ ଏଠାରେ କଟିଥିଲା, ସଲମାନ୍ ଇନ୍ଦୋର ଲୋକଙ୍କ ସହ ଏକ ସ୍ପେଶାଳ୍ କନେକ୍ସନ୍ ଅଛି, ସେମିତି ଇନ୍ଦୋର ଲୋକ ସଲମାନ୍ ଙ୍କୁ ବହୁତ ପସନ୍ଦ କରନ୍ତି ।

୨୬ ଡିସେମ୍ବର୍ ରାତିକୁ ସଲମାନ୍ ଙ୍କ ପନବେଲ୍ ଫାର୍ମହାଉସ୍ ରେ ଏକ୍ ବିଷାକ୍ତ ସାପ କାମୁଡିଦେଇଥିଲା, ଯାହାପରେ ତାଙ୍କୁ ମୁମ୍ବାଇର କାମୋଠେ ଇଲାକାରେ ଏମଜିଏମ୍ ମହାତ୍ମାଗାନ୍ଧୀ ମିଶନ ମେଡିକାଲ୍ ରେ ଭର୍ତ୍ତି କରାଗଲା ଏବେ ସଲମାନ୍ ଠିକ୍ ହୋଇସାରିଛନ୍ତି, ଓ ସେ ପୁରା ପରିବାର ସହ ନିଜ ଜନ୍ମଦିନ ପାଳିଛନ୍ତି ।

Leave a Reply

Your email address will not be published. Required fields are marked *