ବାଲେଶ୍ୱରର Sora ବ୍ଲକରୁ ଉଦ୍ଧାର କରାଗଲା ବିଶାଳ କିଙ୍ଗକୋବ୍ରା ସ୍ନେକ,ଏତେବଡ ସାପ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ…

ବାଲେଶ୍ଵର ଜିଲ୍ଳା ସୋର ବ୍ଲକ ଠାରେ ଥିବା ବନ୍ୟପ୍ରାଣୀ ବିଭାଗର ଏକ ଟିମ କିଙ୍ଗ କୋବ୍ରା ସାପକୁ ଉଦ୍ଧାର କରିବାର ଖବର ସାମ୍ନାକୁ ଆସିଛି। ସାପଟି ସହରାଞ୍ଚଳ ଜନବସତି ଆଡ଼କୁ ଚାଲିଆସିଥିଲା ଓ ଲୋକେ ଏହି ଖତରନାକ ସାପକୁ ଦେଖି ଭୟଭୀତ ହୋଇଗଲେ ଓ ସେମାନେ ତୁରନ୍ତ ସୋର ଅଞ୍ଚଳରେ ଥିବା ବନ ବିଭାଗକୁ ଖବର ଦେଇଥିଲେ ଓ ଏଠାରୁ ଜଣେ ଫରେଷ୍ଟ ଗାର୍ଡ

ଓ ଜଣେ ଅଭିଜ୍ଞ ସ୍ନେକ କ୍ୟାଚର ସାପକୁ ଉଦ୍ଧାର କରିବାପାଇଁ ଆସିଥିଲେ।ସାପକୁ ସେମାନେ ସ୍ଥାନୀୟ ଅଞ୍ଚଳରୁ ସୁରୁଖୁରୁରେ ଉଦ୍ଧାର କରି ପାହାଡ଼ିଆ ଜଙ୍ଗଲ ଭିତରକୁ ଏହାକୁ ଛାଡ଼ିବା ପାଇଁ ଚାଲିଗଲେ। ସୋର ଠାରୁ ପ୍ରାୟତଃ ବହୁତ ଦୂରରେ ଏକ ଜଙ୍ଗଲ ଭିତରେ ପ୍ରବେଶ କରିବାପରେ ମୁଣି ଭିତରେ ରଖିଥିବା

ବିଶାଳ କିଙ୍ଗ କୋବ୍ରା ସାପକୁ ବହାରକଲେ। ସାପଟି ବାହାରକୁ ଆସିବାପରେ କାମୁଡ଼ିବାକୁ ପ୍ରୟାସ କରୁଥିଲା କିନ୍ତୁ ସ୍ନେକ କ୍ୟାଚର ସାପର ଲାଞ୍ଜକୁ ଧରି ଏହାକୁ ନିଜ ନିୟନ୍ତ୍ରଣକୁ ଆଣିଥିଲେ।ସାପଟି ଏହି ସମୟରେ ସୁସୁ ଗର୍ଜନ କରୁଥିଲା ଓ ଏକ ମିଟର ପର୍ଯ୍ୟନ୍ତ ଛିଡ଼ା ହୋଇଯାଉଥିଲା। ସ୍ନେକ କ୍ୟାଚର ସୂଚନା

ଦେଇ କହିଥିଲେ କି, ଏହି ସାପ ଯାହାକୁ ଥରେ କାମୁଡ଼ିଲା ସେ ମାତ୍ର ୧୦ ମିନିଟ ଭିତରେ ମରିବାର ବହୁତ ସମ୍ଭାବନା ରହିଛି। କାରଣ ଏହି ସାପର ବିଷ ପାଇଁ ଏଯାଏଁ କୌଣସି ଆଣ୍ଟି ଭେନୋମ ବା ମେଡ଼ିସିନ ବାହାରିନାହିଁ। ଏହି ସାପ ଏତେ ଖତରନାକ ଯେ, ଏହା ନାଗସାପ ଠାରୁ ଦଶଗୁଣା ଅଧିକ ବିଷାକ୍ତ ଅଟେ।

ଏହି ସାପର ପ୍ରମୁଖ ଖାଦ୍ୟ ହେଉଛି ନାଗସାପ, ଠେକୁଆ, ମୂଷା ଇତ୍ୟାଦି। ଏହିସବୁ ସୂଚନା ଦେଇ ସେ କହିଥିଲେ, ଏହି ସାପ ଧରିବାରେ ଯଦି କାହାର ଅଭିଜ୍ଞତା କିମ୍ବା ଧାରଣା ନାହିଁ ତାହେଲେ ସେମାନେ ଏହି ସାପ ଠାରୁ ଦୂରେଇ ରୁହନ୍ତୁ କାରଣ ଟିକେ ମାତ୍ର ଅସାବଧାନତା ଯୋଗୁଁ ଆପଣଙ୍କୁ ଏହି ସାପ ନିଶ୍ଚୟ କାମୁଡ଼ିଦେବ।

Leave a Reply

Your email address will not be published. Required fields are marked *