ମନ୍ଦିରର ପୂଜାରୀଙ୍କ Bijaya ନାମରେ ଆସିଲା ବଡ ଅଭିଯୋଗ,ଅନ୍ଧାର ଭିତରେ ମହିଳା ଙ୍କୁ ଡ଼ାକିନେଇ…

ଘଟଣାଟି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ କରଲାଜୁରୀର ଗଙ୍ଗେଇ ମନ୍ଦିରର ପୂଜାରୀ ବିଜୟ ନାୟକଙ୍କ ନାମରେ ଅଭିଯୋଗ ଆସିଛି ଯେ, ସେ କୁଆଡେ ଜଣେ ମହିଳାଙ୍କୁ ଆଶୀର୍ବାଦ ଦେବା ଆଳରେ ଅନ୍ଧାର କୋଠରୀ ଭିତରକୁ ନେଇ ପ୍ରାୟ ଅଧଘଣ୍ଟା ଧରି ତାଙ୍କୁ ପ୍ରେମ କରିଥିଲେ। ଏହିକଥା ସାମ୍ନାକୁ ଆସିବାପରେ ମିଡ଼ିଆ ସିଧାସଳଖ ବିଜୟ ନାୟକଙ୍କ

ପାଖରେ ହାଜିର ହୋଇଯାଇଥିଲା ଓ ତାଙ୍କସହ ପଚରାଉଚରା କରିବା ଆରମ୍ଭ କରିଦେଲା।ମିଡ଼ିଆ ବିଜୟଙ୍କ ପାଖରେ ପହଞ୍ଚି ତାଙ୍କୁ ପ୍ରଶ୍ନ କଲେ ଯେ, କଣ ଆପଣ ସତରେ ସେ ମହିଳାଙ୍କ ସହିତ ପ୍ରେମ କରିଥିଲେ? ଓ କେଉଁ ଅସୁବିଧା ନେଇ ମହିଳା ଆପଣଙ୍କ ପାଖକୁ ଆସିଥିଲେ? ଏହି ପ୍ରଶ୍ନର ଉତ୍ତର ଦେଇ ବିଜୟ ନାୟକ

(ମନ୍ଦିର ପୂଜାରୀ) କହିଥିଲେ, ଏହିସବୁ ମିଛ କଥା ଆପଣ ଅଞ୍ଚଳରେ ପଚାରିଦେଇ ଆସିବେ ସେମାନେ ମୋତେ ବହୁତ ଭଲ ଭାବରେ ଜାଣିଛନ୍ତି। ଏହି ଅପପ୍ରଚାର ମୋତେ ଫସାଇବା ପାଇଁ କିଛି ରାଜନୀତି କରୁଥିବା ଲୋକଙ୍କ ଦ୍ଵାରା ହୋଇଛି।ବିଜୟ ଏହାସହ କହିଥିଲେ, ମହିଳା ଜଣକ ମୋ ପାଖକୁ ତାଙ୍କର ପିଲା

ହେଉନଥିବାର ଅଭିଯୋଗ ନେଇ ଆସିଥିଲେ। ଏହାପରେ ମୁଁ ମାଆ କାଳୀଙ୍କୁ ପୂଜା କରି ତାଙ୍କୁ ଆଶୀର୍ବାଦ ଦେଲି, ଏହାପରେ ମହିଳା ଜଣକ କହିଥିଲେ, ଅନ୍ଧାର ଘରେ ପୂଜାର୍ଚ୍ଚନା କରିବାପାଇଁ ଓ ଆମେ ତିନିଜଣ ଅନ୍ଧାରକୁ ଯାଇ ମାତ୍ର 5 ରୁ 7 ମିନିଟ ପୂଜା କରିବାପରେ ଚାଲିଆସିଲୁ। ସେହି ଘର ଭିତରେ ମୁଁ

ସେହି ମହିଳା ଓ ତାଙ୍କ ସ୍ବାମୀ ମଧ୍ୟ ଥିଲେ।ବିଜୟ କହିଥିଲେ, ସେହି ମହିଳା ଓ କିଛି ଅନ୍ୟ ପାଞ୍ଚ ଛଅ ଜଣ ମିଶି ଏହାକୁ ପୂର୍ବରୁ ଯୋଜନା ବନାଇ ମୋତେ ଫସାଉଛନ୍ତି। ମୋ ଉପରେ ଲାଗିଥିବା ସବୁ ଆରୋପ ସମ୍ପୂର୍ଣ୍ଣ ମିଛ ଅଟେ। ଏହାକହି ବିଜୟ ନିଜ ଉପରେ ଲାଗିଥିବା ସବୁ ଆରୋପ ଖଣ୍ଡନ କରିଥିଲେ।

Leave a Reply

Your email address will not be published. Required fields are marked *