I Love You Rasss Forever, ମୁଁ ଯାଉଛି ତୋ ପାଖକୁ, ରଶ୍ମିରେଖାଙ୍କ ମୃ-ତ୍ୟୁ ପରେ ପରେ ଜୀବନ ହାରିଲେ ସନ୍ତୋଷ ଆଉ ଛାଡ଼ିଗଲେ ଏଇ ଚିଠି…

ମୁଁ ତତେ ବହୁତ ଭଲ ପାଏ।ତୁ ତ ମତେ ଛାଡି ଚାଲିଗଲୁ ମୁଁ ଆଉ ବଞ୍ଚି ରହି କଣ କରିବି ଆଇ ଲଭ ୟୁ ରସ ଏଭର୍ ଆଣ୍ଡ ଫର ଏଭର୍।ମୁଁ ଗଲା ପରେ ପୋଲିସ ମୋ ବାପା ମାଆଙ୍କୁ ହଇରାଣ କରିବନି ଆଇ ଲଭ ୟୁ ରସ ଏଭର୍ ଆଣ୍ଡ ଫର ଏଭର୍।ଅଭିନେତ୍ରୀ ରଶ୍ମିଙ୍କ ମୃତ୍ୟୁର ୧୮ ଦିନ ପରେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରର ଅଘଟଣ ପୋଲିସ ପାଇଁ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ତେବେ ସନ୍ତୋଷର ଅଘଟଣ ପରେ ତାଙ୍କର ବାପା ମା ନିଜର ମୁହଁ ଖୋଲିଛନ୍ତି ଏବଂ ତାଙ୍କର ମା କହିଛନ୍ତି କି ସେ ସବୁବେଳେ ମରିଯିବ ମରିଯିବ ବୋଲି କହୁଥିଲା ମୁଁ ତାକୁ ଅଟକାଇ ରଖିଥିଲି। ଗତ ମାସେ ହେଲା ମୁଁ ଶୋଇନି ସେ ତା ବାବାଙ୍କୁ କବାଟ ପାଖରେ ଧକା ମାରି କବାଟ ଭିତରେ ବନ୍ଦ କରି ଦେଲା ଆଉ ଅଘଟଣ କଲା।

ସେ ସବୁବେଳେ କହୁଥିଲା କି ମୁଁ ତା ପାଇଁ କଣ ନ କରିଛି ହେଲେ ସେ ଆଜି କଣ କଲା।ମୋ ଲାଇଫ ବରବଦ କରିଦେଲା।ଭୁବନେଶ୍ୱର ନୟାପଲ୍ଲୀରେ ଏକ ଘରେ ସନ୍ତୋଷ ଆଉ ରଶ୍ମି ସ୍ବାମୀ ସ୍ତ୍ରୀର ପରିଚୟ ଦେଇ ରହୁଥିଲେ।ଏହି ଘରେ ରଶ୍ମି ଅଘଟଣ କରିଥିଲେ ତେବେ ତାଙ୍କ ପୋଷ୍ଟ ମଟମ ରିପୋର୍ଟ ଦ୍ଵାରା ଏହା ଜଣା

ପଡ଼ିଛି କି ସେ ତିନି ମାସର ଗ-ର୍ଭ-ବତୀ ଥିଲେ ବୋଲି।ଏହି ଘଟଣା ଜାଣିବା ପରେ ପୋଲିସକୁ ସାହାଯ୍ୟ କରୁଥିବା ସନ୍ତୋଷ ଫେରାର ହୋଇ ଯାଇଥିଲା ଏବଂ ରାଉରକେଲା ବାସନ୍ତୀ କଲୋନୀ ନିଜ ଘରେ ଅଘଟଣ କରିଥିଲା।ତେବେ ରଶ୍ମିଙ୍କ ପାଖରେ ଏକ ଚିଠି ମିଳିଥିଲା ଯେଉଁଥିରେ ଲେଖା ଥିଲା କି ମୃତ୍ୟୁ ପଛରେ ସନ୍ତୋଷର କିଛି ହାତ ନାହିଁ।

ସେହିପରି ସନ୍ତୋଷ ମଧ୍ୟ ନିଜ ପାଖରେ ଏକ ଚିଠି ଛାଡ଼ିଚି ଯେଉଁଥିରେ ଲେଖା ଅଛି ସେ ରଶ୍ମି କୁ କେତେ ଭଲ ପାଏ।ଯଦି ଦୁଇ ଜଣ ପରସ୍ପରକୁ ଏତେ ଭଲ ପାଉଥିଲେ ତାହାଲେ ଅଘଟଣ କଲେ କାହିଁକି ଏହା କେବଳ ପୋଲିସର ତଦନ୍ତ ପରେ ଜଣା ପଡ଼ିବ।

Leave a Reply

Your email address will not be published. Required fields are marked *