Anuchinta – କନ୍ୟା ର ହାତ ଗୋଡରେ କେଶ ଅଧିକ ଥିଲେ କଣ ସୂଚନା ମିଳିଥାଏ,ଏହାକୁ ସମସ୍ତେ ଜାଣିବା ଦରକାର

Uncategorized

ସାଙ୍ଗମାନେ ମନେ ରଖନ୍ତୁ ଯେଉଁ ମହିଳା ମାନଙ୍କର କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧିର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।ଯେଉଁ ମହିଳା ମାନେ ଆସ୍ତିକ,କ୍ଷମାଶିଳ,ବୁଦ୍ଧିମାନ ଏବଂ କର୍ତ୍ତବ୍ୟ ପରାୟଣ ସେମାନେ ସାକ୍ଷାତ ମା ଲକ୍ଷ୍ମୀଙ୍କ ସ୍ୱରୂପ ଅଟନ୍ତି।ଯେଉଁ ମହିଳାମାନେ ଘରକୁ ଆସୁଥିବା ଅତିଥି ମାନଙ୍କର ସତ୍କାର କରନ୍ତି ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳା ମାନେ ସକାଳେ ସଂଜରେ ଧୂପ ଦୀପ ଦେଇ ଭଗବାନଙ୍କୁ ପୂଜା କରନ୍ତି ସେମାନେ ଭାଗ୍ୟବତୀ ହୋଇଥାନ୍ତି।ଯେଉଁ ମହିଳା ମାନଙ୍କର ଗାଲ ଗୋଲ ସୁନ୍ଦର ଓ ଶିର ଦେଖାଯାଏ ସେମାନେ ଦୈବୀ ଗୁଣଯୁକ୍ତ ହୋଇଥାନ୍ତି।ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ ସୁନ୍ଦର ଓ ସୁଢ଼ଳ ସେମାନେ ଉତ୍ତମ ଲକ୍ଷଣ ଯୁକ୍ତ ହୋଇଥାନ୍ତି।ଯେଉଁ ମହିଳାଙ୍କ ଓଠ ଦୁଇ ଆଙ୍ଗୁଳି,ସୁନ୍ଦର,ମାଂସାଳ ହୋଇଥାଏ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି।

ଯେଉଁ ମହିଳାଙ୍କ ବେକରେ ଘଣ୍ଟିକା ଉଚ୍ଚ ହୋଇଥାଏ ସେହି ମହିଳା ମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି।ଯେଉଁ ମହିଳା ମାନଙ୍କର ବେକରେ ୩ ଟି ରେଖା ପଡିଥାଏ ସେମାନଙ୍କ ସ୍ବାମୀ ଐଶ୍ୱର୍ଯ୍ୟଶାଳୀ ହୋଇଥାନ୍ତି।ଯେଉଁ ମହିଳାଙ୍କ ନାକର ଅଗ୍ର ଭାଗ ଅଳ୍ପ ଲମ୍ବିଥାଏ ସେମାନଙ୍କୁ ବହୁତ ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।ଶରୀର ବିଜ୍ଞାନ ଅନୁସାରେ ଯେଉଁ ମହିଳା ମାନଙ୍କ ମୁଁହ ଟିକେ ଛୋଟ ହୋଇଥାଏ

ସେମାନେ ପୁରୁଷଙ୍କ ପାଇଁ ମଙ୍ଗଳକାରି ହୋଇଥାନ୍ତି।ଯେଉଁ ମହିଳାଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି।ଯେଉଁ ମହିଳାଙ୍କ ପାଟିରେ ଉପର ୧୬ଟି ଏବଂ ତଳେ ୧୬ ଟି ଦାନ୍ତ କ୍ଷୀର ଭଳି ସଫା ଥାଏ ସେ ସ୍ୱାମୀର ପ୍ରିୟ ହୋଇଥାଏ।ଯେଉଁ ମହିଳାଙ୍କ ଜିଭ ପତଳା ଲାଲ ଓ କୋମଳ ହୋଇଥାଏ ସେମାନଙ୍କୁ ଉତ୍ତମ ପତି ମିଳିଥାଏ।

ଯେଉଁ ମହିଳାଙ୍କ ହାତ କୋମଳ ଲୋମ ନଥାଏ କାନ୍ଧ ଆଗକୁ ଥାଏ ସେମାନେ ଜୀବନରେ ବହୁତ ସୁଖ ଅନୁଭବ କରନ୍ତି।ଯେଉଁ ମହିଳାଙ୍କ ବାମ ହାତ,ବେକରେ,ଗାଲରେ,ଓଠରେ ଓ କାନରେ ତିଳ ଥାଏ ସେମାନେ ସୁଖ ଭୋଗ କରନ୍ତି।ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଗୁଡ଼ିକ ଲାଗି ରହିଥାଏ ଏବଂ କୋମଳ ହୋଇଥାଏ ସେ ବହୁତ ସୌଭାଗ୍ୟଶାଳୀ ହୋଇଥାଏ।

ଯେଉଁ ମହିଳାଙ୍କ ପାଦର ଆଙ୍ଗୁଠି ଭିତରେ ଫାଙ୍କ ରହିଥାଏ ସେମାନେ ଧନ ସଞ୍ଚୟ କରିପାରନ୍ତି।ମହିଳା ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘର ଝାଡୁ ମାରିଲେ ଧନ ବୃଦ୍ଧି ହୋଇଥାଏ ଏବଂ ସୂର୍ଯ୍ୟ ଅସ୍ତ ପରେ କେବେ ଝାଡୁ ମାରନ୍ତୁ ନାହିଁ।ମହିଳା ମାନେ କେବେବି ଘର ଦୁଆର ମୁହଁରେ ବସି ଭୋଜନ କରନ୍ତୁ ନାହିଁ କାରଣ ଏହାଦ୍ବାରା ଦାରିଦ୍ର୍ୟ ଆସେ।ଘର ସଫା କରୁଥିବା ଝାଡୁରେ ମହିଳା ମାନେ କେବେବି ଗୋଡ ମାରନ୍ତୁ ନାହିଁ ଏହା ଦ୍ବାରା ଅମଙ୍ଗଳ ହୋଇଥାଏ।

Leave a Reply

Your email address will not be published. Required fields are marked *