Kedarnatha ଯାତ୍ରା କରୁଥିବା ବେଳେ ଘଟିଲା ବଡ଼ ଦୁର୍ଘଟଣା,ଏହାପରେ ମହାଦେବ ଯାହାକଲେ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ ହେବେ…

Uncategorized

ଏହି ଘଟଣାଟି ଅଙ୍କିତ ନାମକ ଜଣେ ବ୍ୟକ୍ତି ସହିତ ଘଟିଥିଲା। ଅଙ୍କିତ ଏକ ପ୍ରାଇଭେଟ କମ୍ପାନୀରେ କାମ କରେ ଓ ସେ ଭଗବାନ ଶିବଙ୍କର ବହୁତ ବଡ଼ ଭକ୍ତ ଅଟେ। ପ୍ରତିବର୍ଷ ସେ ଗୋଟିଏ ଥର କେଦାରନାଥ ଯାତ୍ରା କରି ମହାଦେବଙ୍କ ଦର୍ଶନ କରି ଆସିଥାଏ। ସେ ବର୍ଷ ମଧ୍ୟ ଅଙ୍କିତ କେଦାରନାଥ ଯାତ୍ରା କରିବାପାଇଁ ବାହାରିଲା କିନ୍ତୁ ଏଥର ସେ ଏକଲା ଗଲାନାହିଁ ତା’ ଅଫିସର ୧୦-୧୨ ଜଣଙ୍କ ସହିତ ଏକ ଛୋଟ ବସ/ ଟ୍ରାଭେଲରରେ ଯାତ୍ରା କଲେ।

ଏହି କେଦାରନାଥ ଟ୍ରିପ ୨-୩ ଦିନର ଥିଲା ଓ ସେମାନେ ମହାଦେବଙ୍କ ଭଜନ ଶୁଣି ଆରାମରେ ଯାତ୍ରା କରୁଥାଆନ୍ତି। ଗାଡ଼ି ପାହାଡ଼ିଆ ରାସ୍ତାରେ ଆଗକୁ ବଢୁଥାଏ ଓ ରାତ୍ରି ସମୟ ହୋଇଗଲାଣି, ଏହି ସମୟରେ ଡ୍ରାଇଭର କହିଲା, ସମସ୍ତେ ସତର୍କ ହୋଇଯାଆନ୍ତୁ ଆଉ ଗାଡ଼ି ଡୋର ବନ୍ଦ କରିଦିଅନ୍ତୁ କାରଣ ଏହି ବାଟରେ କିଛି

ଡ଼କା-ୟ-ତ ମାନେ ଗାଡ଼ି ଅଟକାଇ ଲୋକଙ୍କ ଠାରୁ ଲୁଟିଥାନ୍ତି।ଏହିକଥା ଶୁଣି ସମସ୍ତେ ଭୟଭୀତ ହୋଇଗଲେ ଓ ଗାଡ଼ିର ଡୋର ବନ୍ଦ କରିଦେଲେ, ଅଚାନକ ଏହି ସମୟରେ ଗାଡ଼ି ଟାୟାର ପଂକ୍ଚର ହୋଇଗଲା ଓ ଗାଡ଼ି ଖାଇ ଆଡ଼କୁ ମାଡ଼ିଗଲା। ଡ୍ରାଇଭର ଅଚାନକ ବ୍ରେକ ମାରିଦେଇ ଓହ୍ଲାଇ ଦେଖନ୍ତି ତ ଗାଡ଼ି ଟାୟାରରେ

ଏକ ଲୁହା କଣ୍ଟା ପଶିବାରୁ ଗାଡ଼ି ପଂକ୍ଚର ହୋଇଯାଇଛି। ଡ୍ରାଇଭର ଏହାପରେ ଜାଣିଦେଲା ଯେ, ଏହିସବୁ କାରନାମା ଡ଼କାୟତ ମାନଙ୍କର ଅଟେ।ଏହାପରେ ସେ ତୁରନ୍ତ ଯାଇ ଗାଡ଼ିରେ ବସିଗଲେ ଓ ଡୋର ବନ୍ଦ କରିଦେଲେ। କିଛିସମୟ ପରେ ସେଠାକୁ ଚାରିଜଣ ଡ଼କାୟତ ଆସିଲେ ଓ ଲୋକଙ୍କ ଠାରୁ ଲୁଟିବା

ଆରମ୍ଭ କରିଦେଲେ, ଅଙ୍କିତ ଏହିସମୟରେ ପଛସିଟରେ ବସି ଭଗବାନ ଶିବଙ୍କୁ ସ୍ମରଣ କରିବା ଆରମ୍ଭ କରିଥିଲା। ଡ଼କାୟତ ମାନେ ଜିନିଷ ଲୁଟି ଯାଉଥିବା ସମୟରେ ଜଣେ ଅଘୋରୀ ବାବା ସେଠାକୁ ଆସି ସେମାନଙ୍କୁ ଅଟକାଇଥିଲେ ଓ ଡ଼କାୟତ ମାନଙ୍କୁ କହିଥିଲେ, ଲୋକଙ୍କର ଜିନିଷ ଫେରାଇ ଦେବାପାଇଁ।

ଅଘୋରୀର କଥାଶୁଣି ଡ଼କାୟତ ମାନେ ହସିଲେ ଓ ଜଣେ ଡ଼କାୟତ ଅଘୋରୀଙ୍କୁ ଧକ୍କା। ମାରିବାପାଇଁ ଆସିଲା କିନ୍ତୁ ଅଘୋରୀ ତାଙ୍କୁ ଏକ ସ୍ପର୍ଶ ମାତ୍ରକେ ସେ ଗଳିପଡ଼ିଲା। ଏହାଦେଖି ବାକି ଡ଼କାୟତ ଅଘୋରୀଙ୍କୁ ନେହୁରା ହେଲେ ଓ ସବୁ ଜିନିଷ ଲୋକଙ୍କୁ ଫେରାଇ ଚାଲିଗଲେ। ଏହାପରେ ଅଘୋରୀ ଲୋକଙ୍କୁ କହିଲେ ଯେ

ତୁମେ ସମସ୍ତେ ଗାଡ଼ିରେ ବସିଯାଅ ମୁଁ କାହାକୁ ଡ଼ାକି ପଂକ୍ଚର ରିପାୟାର କରିଦେବି।ଏହାପରେ ସମସ୍ତେ ଗାଡ଼ିରେ ବସିଗଲେ ଓ ତାଙ୍କୁ ନିଦ ଲାଗିଗଲା। ଏହି ସମୟରେ ଅଙ୍କିତ ନିଦ ଭାଙ୍ଗିଗଲା ଓ ସେ ବାହାରକୁ ଆସି ଦେଖେ ତ ଏକ ନାଗସାପ ଯାଉଛି ଓ ସେ ଦେଖିଲା ଗାଡ଼ି ଟାୟାର ମଧ୍ୟ ଠିକ ହୋଇଯାଇଛି।

ଅଙ୍କିତ ଡ୍ରାଇଭରକୁ ଡାକିଲା ଓ ସବୁକଥା କହିଲା, ପରେ ସମସ୍ତେ ଜାଣିଲେ ସେ ଅଘୋରୀ ଜଣକ ଆଉ କେହି ନୁହେଁ ବରଂ ସ୍ୱୟଂ ଭଗବାନ ମାହାଦେବ ଥିଲେ ଓ ତାଙ୍କ ଆଦେଶରେ ସାପ ଆସିଥିଲା ଟାୟାର ସଠିକ କରିବାକୁ, ଏହା ଜାଣିବାପରେ ସମସ୍ତେ ଭଗବାନ ଶିବଙ୍କ ନାମ ନେଇ ଯାତ୍ରା ଆରମ୍ଭ କଲେ।

Leave a Reply

Your email address will not be published. Required fields are marked *