ଭଦ୍ରକ Dhamnagar ରେ ରାତି ଅଧା ରେ ଗୁହାଳ ଘରେ ବାହାରିଲା ବିରାଟକାୟ ଗୋଖର ସାପ,ଆଉ ସାପ ତାପରେ ଯାହା କଲା ଦେଖିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ..

ଓଡ଼ିଶାରେ ବର୍ତ୍ତମାନ ଲଘୁଚାପ କାରଣରୁ ବର୍ଷା ଲାଗି ରହିଛି ଓ ଏହି ସମୟରେ ଜନ୍ତୁଜୁନ୍ତାଙ୍କ ବାସସ୍ଥଳୀରେ ପାଣି ପଶିଯିବାରୁ ସେମାନେ ଲୋକମାନଙ୍କ ବସତି ଆଡ଼କୁ ଚାଲି ଆସୁଛନ୍ତି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ହମି ଗ୍ରାମରୁ, ଏଠାରେ ଏକ ନାଗ ସାପ ଜଣେ ଗରିବ ଲୋକର ମାଟି ଘରେ ପଶିଗଲା ଓ ଏହାପରେ ଯାହାହେଲା

ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ।ନାଗ ସାପକୁ ଘରେ ପାଇବାର ଦେଖି ଘରଲୋକେ ଭୟଭୀତ ହୋଇଗଲେ ଓ ସେମାନେ ରାତିରେ ଘର ଛାଡ଼ି ଅନ୍ୟ ଜଣଙ୍କ ଘରେ ଶୋଇବା ପାଇଁ ବାହାରିଥିଲେ। ଖବର ପାଇ ସ୍ନେକ ହେଲ୍ପଲାଇନ ସାପକୁ ଉଦ୍ଧାର କରିବାପାଇଁ ସେଠାରେ ପହଞ୍ଚିଗଲେ ଓ ତୁରନ୍ତ ସାପକୁ

ଖୋଜିବାରେ ଲାଗିଲେ। ସାପ ଧରାଳି ଜଣକ ବହୁତ ଖୋଜାଖୋଜି ପରେ ଶେଷରେ ସାପଟିକୁ କାନ୍ଥ ଉପରେ ଚଢ଼ିଥିବାର ଦେଖିଲେ ଓ ସାପକୁ ସେଠାରୁ ବାହାର କରିବାପାଇଁ ବହୁତ ପ୍ରଚେଷ୍ଟା କରିଥିଲେ।କାନ୍ଥରୁ ସାପକୁ ଉଦ୍ଧାର କରିବା ସମୟରେ ସେ ଲୋକଙ୍କୁ କହିଥିଲେ କି, ଏହା ଏକ ନାଗସାପ ଅଟେ।

ବନ୍ୟା ସ୍ଥିତି ଓ ବର୍ଷା ହେବାଯୋଗୁଁ ସାପ ଗୁଡ଼ିକ ମଣିଷ ମାନଙ୍କ ବସତି ଆଡକୁ ଚାଲିଆସୁଛନ୍ତି। ସେ ଏହାମଧ୍ୟ କହିଥିଲେ କି, ଏହି ସାପ କାମୁଡ଼ାରେ ବହୁତ ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଚାଲିଯାଇଛି କାରଣ ଯଦି ଏହି ସାପ ଜଣେ ଗ୍ରାମାଞ୍ଚଳ ଲୋକକୁ କାମୁଡ଼ି ଦେଉଛି ପ୍ରଥମେ ତ ହସ୍ପିଟାଲ ବହୁତ ଦୂର ଥିବା କାରଣରୁ

ବ୍ୟକ୍ତି ଜଣକ ପହଞ୍ଚି ନପାରିବାରୁ ତାଙ୍କର ମୃତ୍ୟୁ ହୋଇଯାଏ।ଅପର ପକ୍ଷରେ ଯଦି କୌଣସି ଗ୍ରାମାଞ୍ଚଳ ଲୋକକୁ ଏହି ସାପ କାମୁଡ଼ି ଦେଉଛି ତାହେଲେ ସେମାନେ ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ବାସ ଚକ୍କରରେ ରହିବା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଯାଉଛି। ଏଥିପାଇଁ ସେ ଜଣାଇ କହିଥିଲେ କି, ଉପସ୍ଥିତ ବୁଦ୍ଧି ଆପଣାଇ ବ୍ୟକ୍ତି

ମେଡ଼ିକାଲ ଚିକିତ୍ସା ଦିଆଗଲେ ତାଙ୍କ ଜୀବନ ବଞ୍ଚିପାରିବ। ଶେଷରେ ସାପ ଧରାଳି ଜଣକ ଲୋକଙ୍କୁ ଏହିସବୁ କଥା ବିଷୟରେ ଅବଗତ କରାଇ ସାପଟିକୁ ଧରି ନେଇ ଚାଲିଗଲେ।

Leave a Reply

Your email address will not be published. Required fields are marked *