ଅର୍ଚ୍ଚନା ସଜାଉଥିଲା Kandhei ଭଳି ଆଉ ଦାମୀ ଜିନିଷ ସବୁ ରେ ମେକଅପ ହେଉଥିଲେ,ଆଉ ନିଜ ସବୁ କୁ…

ଲିପଷ୍ଟିକ ଠାରୁ ଆରମ୍ଭ କରି ବିକିନି ପର୍ଯ୍ୟନ୍ତ।ଗୋଟିଏ ଝିଅର କଲର ଟ୍ୟୁନ ଠାରୁ ଡିଫାଇନ କରୁଥିଲା ଅର୍ଚ୍ଚନା।ଝିଅ ମାନଙ୍କ ପଛରେ ଖର୍ଚ୍ଚ କରୁଥିଲା ଟଙ୍କା।ଗତ ୬ ମାସ ମଧ୍ୟରେ ୭୦ରୁ ୮୦ ଲକ୍ଷ ଟଙ୍କାର ଜିନିଷ କିଣିଥିବା ଅନଲାଇନ ମାଧ୍ୟମରେ ଜଣା ପଡ଼ିଛି।ଆଉ ଏଥିରେ ଅଧିକାଂଶ ଥିଲା କସ୍ମେଟିକ ଜିନିଷ। ନାମୀ ଦାମୀ ପାର୍ଲରରେ ଝିଅ ମାନଙ୍କୁ ନେଇ ତାଙ୍କର ମେକ ଅପ କରାଉ ଥିଲା।

ହେୟାର କଲର ଠୁ ଆରମ୍ଭ କରି ସ୍କିନ ଟୋନ ପର୍ଯ୍ୟନ୍ତ। ବଡିର ଗ୍ଲିଚ ଠାରୁ ଆରମ୍ଭ କରି ଝିଅ ମାନଙ୍କ ଆଏ ଲାଇନ ପର୍ଯ୍ୟନ୍ତ। ଟିକି ନିକି ଦେଖୁଥିଲା ଅର୍ଚ୍ଚନା।ଏମିତି କି ନିଜ ପାପ ଧନ୍ଦାରେ ଝିଅ ମାନଙ୍କୁ ଆଣି ମାସ ମାସ ରଖିଥିଲା।ଖାଇବାକୁ ଦେଉଥିଲା ଆଉ ଟଙ୍କା ରୋଜଗାର ବି କରୁଥିଲା।ଝିଅ ମାନଙ୍କୁ ସାଧାରଣ ଦଲାଲଙ୍କ

ଜରିଆରେ ନେଇ ଆସୁଥିଲା।ଆଉ ଏହା ପରେ ତାଙ୍କ ଉପରେ କିଛି ଟଙ୍କା ଖର୍ଚ୍ଚ କରି ତାଙ୍କର ପିନ୍ଧିବା ଷ୍ଟାଇଲ ବସିବା ଷ୍ଟାଇଲ ଆଉ ତାଙ୍କୁ ଦାମୀ ଦାମୀ ଟଙ୍କାର ବିକିନି ଦେଉଥିଲା।ଯାହା କି ତା ପାଇଁ ଗୋଟିଏ ପ୍ଲସ ପଏଣ୍ଟ ଥିଲା। କାହିଁକି ନା ଝିଅ ମାନଙ୍କୁ ସେ ଗୋଟେ ମଡେଲ ରୂପେ ଲୋକ ମାନଙ୍କ ସାମ୍ନାରେ ଉପସ୍ଥିତ

କରୁଥିଲା।ସେ ଚାହୁଁଥିଲା ତାର ଏହି ଝିଅ ମାନେ ସବୁଠାରୁ ଅଲଗା ଲାଗନ୍ତୁ।ଖାଇବା ପିଇବା ଠାରୁ ଆରମ୍ଭ କରି ଦାମୀ ସାମଗ୍ରୀ ସବୁ କିଛି ଯୋଗାଇ ଦେଉଥିଲା।ଆଉ ଏହା ପରେ ତାଙ୍କର କରୁଥିଲା ଫଟୋ ସୁଟ।ଝିଅ ମାନଙ୍କୁ ବିକିନି ପିନ୍ଧାଇ ତାଙ୍କର ଫଟୋ ଉଠାଉ ଥିଲା।ଆଉ ତିଆରି କରୁଥିଲେ ପ୍ରୋଫାଇଲ।

ଯେଉଁ ପ୍ରୋଫାଇଲକୁ ସେ ପଠାଉ ଥିଲା ନିଜ କଷ୍ଟମର ମାନଙ୍କୁ।ଯେଉଁ କଷ୍ଟମର ମାନେ ମୁଖ୍ୟତଃ ଧନୀ ଥିଲେ।ଯେଉଁ ମାନେ ଝିଅଙ୍କ ରୂପରେ ଫସି ତାଙ୍କର ଖୁସି ପାଇଁ ଦେଉଥିଲେ ୫୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।ଝିଅ ମାନଙ୍କର ବସିବା,ଖାଇବା, ପିଇବା ଏମିତି କି ମଦ ପିଇବା ଆଉ କଥା କହିବା ଉପରେ ତାଙ୍କର କୋର୍ସ କରୁଥିଲା।

କହୁଥିଲା କି କିଭଳି କଥା ହେବ ଯାହା ଦ୍ୱାରା ଗ୍ରାହକ ମାନେ ବେଶୀ ଉତ୍ତେଜିତ ହେବେ।ଆଉ ତମ ପ୍ରତି ଆକର୍ଷିତ ହେବେ।ଆଉ ସେହି ଝିଅ ମାନଙ୍କର ନାମ ମଧ୍ୟ କିଛି ଅଲଗା ରହୁଥିଲା।

Leave a Reply

Your email address will not be published. Required fields are marked *